କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀ:  ଉତ୍ତର ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ପ୍ରାୟ ୨୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି।  ଉକ୍ତ ଖଣିରେ ଏବେବି ୫୦ ପାଖାପାଖି ଶ୍ରମିକ ଫସି ରହିଥିବା ଜଣାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ସମୟରେ   କଳା ସାଗର ଉପକୂଳବର୍ତ୍ତୀ ଅମାସାରା ସହରସ୍ଥିତ ଏକ ଖଣିରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଉକ୍ତ ସମୟରେ ସେଠାରେ ଶତାଧିକ ଲୋକ କାର୍ଯ୍ୟରତ ଥିଲେ। । କୋଇଲା ଖଣିରେ  ଥିବା ଜ୍ୱଳନ୍ତ ଗ୍ୟାସ ( ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ତୁର୍କୀର ଶକ୍ତି ମନ୍ତ୍ରୀ   ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.