ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ!

ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ ତଥା ରୁଷ କଥାରେ ପରିଚାଳିତ ବେଲାରୁଷ କିଭ୍‌ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଛି।

ବେଲାରୁଷର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି ଯେ ଦେଶର ଆର୍ମି ଓ ସ୍ୱତନ୍ତ୍ର ସର୍ଭିସେସ ପଡ଼ୋଶୀ ଦେଶର ସବୁ ପ୍ରକାରର ଉତ୍ତଜେନାମୂଳକ ପଦକ୍ଷେପର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନେ ଯେକୌଣସି ମୁହୂର୍ତ୍ତରେ ଜବାବ ଦେବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରନ୍ତି।

ଏପରି ବୟାନ ପୂର୍ବରୁ ପ୍ରାୟ ସପ୍ତାହ ଧରି ବେଲାରୁଷର ସେନା ଯୁଦ୍ଧାଭ୍ୟାସ କରିଥିଲା। ଏଥିରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ ଦେଶର ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେନକୋ ୟୁକ୍ରେନ ଯୁଦ୍ଧରେ ରୁଷର ସହାୟତା ପାଇଁ ନିଜର ସେନା ପଠାଇପାରନ୍ତି। ଏହି ଆଶଙ୍କା ଭିତରେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆସିଛି।

nis-ad
Leave A Reply

Your email address will not be published.