ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ : ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳକୁ ହୋଇଛି । ଏହାର ଅକ୍ଷାଂଶ ୨୩.୩୩ ରହିଥିବାବେଳେ ଦ୍ରାଘିମା ୮୨.୫୮ ରହିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସ୍ଥିତି ଉପରେ ନଜର ରଖାଯାଇଛି ।ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହା ପୂର୍ବରୁ ଗତ ଜୁଲାଇ ମାସରେ ଅମ୍ବିକାପୁରରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅମ୍ବିକାପୁରର ପଶ୍ଚିମ ଉତ୍ତର ପଶ୍ଚିମରୁ ୬୯ କିଲୋମିଟର ଦୂରରେ ଭୂକମ୍ପ ହୋଇଥିବାବେଳେ ଗଭୀରତା ୧୬ କିଲୋମିଟର ରହିଥିଲା । ସେହିପରି ଜୁଲାଇ ୧୧ ତାରିଖ ଦିନ ଅମ୍ବିକାପୁର ଠାରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

nis-ad
Leave A Reply

Your email address will not be published.