ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା

ଦାରିଙ୍ଗବାଡ଼ି,୧୪/୧୦, କନ୍ଧମାଳ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପି ପ୍ରତିଯୋଗିତାରେ ଭାଗନେଇ ୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି I ଦାରିଙ୍ଗବାଡ଼ି କୋଚ ଶରତ ଚନ୍ଦ୍ର ଦିଗାଳ, ବ୍ଲାକ ବେଲ୍ଟ କଲ୍ୟାଣ କେଶରୀ ଦିଗାଳ ଓ ଏଲିଆସ ପ୍ରଧାନଙ୍କ ତତ୍ୱବାଧାନରେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗୀତା ରାଜ୍ୟ କ୍ୱାନକିଡୋ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ରାଉରକେଲାସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଏହାକୁ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର, କ୍ୱାନକିଡୋର ସଭାପତି ସତ୍ୟବ୍ରତ ଓଝା, ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀଣ ଶର୍ମା ଅଥିତି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଏଥିରେ ଅଭଦୟ ନାଏକ ସ୍ଵର୍ଣ୍ଣ ପଦକ ପାଇଥିବା ବେଳେ ଏଲିୟାନ ପ୍ରଧାନ ବ୍ରୋଞ୍ଚ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ଦାରିଙ୍ଗବାଡ଼ି କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିନନ୍ଦନ, ସମ୍ବର୍ଦ୍ଧନା ଜଣାଇ ସ୍ୱାଗତ କରିଛନ୍ତି ।

nis-ad
Leave A Reply

Your email address will not be published.