ଅର୍ଚ୍ଚନା ଜାମିନ୍‌ ପ୍ରସଙ୍ଗ: ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ୱର ୧୪/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫାକୁ ଅର୍ଚ୍ଚନାଙ୍କ ଓକିଲ ବିରୋଧ କରିଛନ୍ତି। ଅର୍ଚ୍ଚନାଙ୍କୁ ଜାମିନ ଦେବାକୁ ତାଙ୍କ ସପକ୍ଷରେ ଓକିଲ ଯୁକ୍ତି ବାଢ଼ିଛନ୍ତି। ସେପଟେ ଅର୍ଚ୍ଚନାଙ୍କୁ ଜାମିନ୍‌ ନଦେବାକୁ ସରକାରୀ ଓକିଲ କୋର୍ଟରେ କହିଛନ୍ତି।

ସୂଚନାଥାଉକି, ବ୍ଲାକମେଲିଂ କୁଇନ୍‌ ଅର୍ଚ୍ଚନା ନାଗର କଳା ଟଙ୍କାରେ ମଉଜ କରୁଥିଲା ସ୍ୱାମୀ ଜଗବନ୍ଧୁ। ଘରେ ରଖିଥିଲା ୩ ଲକ୍ଷର ଆମେରିକାନ ମକା ଓ ଚଢ଼େଇ, ପିଉଥିଲା ଦାମୀ ବ୍ରାଣ୍ଡର ମଦ। ଭୁବନେଶ୍ୱର ସତ୍ୟବିହାରରେ ଥିବା ଅର୍ଚ୍ଚନା ଘରେ ଅଛନ୍ତି ୪ ଲକ୍ଷର ବିଦେଶୀ କୁକୁର। ମୁଡ ବନେଇବା ପାଇଁ ଦାମୀ ବ୍ରାଣ୍ଡର ମଦ ପିଉଥିଲା ଜଗବନ୍ଧୁ। ରୂପା ଗ୍ଲାସରେ ପିଉଥିଲା ଫରେନ ବ୍ରାଣ୍ଡ ମଦ। ହାତରେ ପିନ୍ଧୁଥିଲା ୨ ଲକ୍ଷ ଟଙ୍କାର ହାତଘଣ୍ଟା। ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ୱାମୀ କରୁଥିଲା ଅୟସ।

ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡ଼ି ଶୋରୁମରେ ଲାଗିଛି କଳା ଟଙ୍କା। ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ। ପୁରା ସିଣ୍ଡିକେଟ ପଛରେ ଜଗବନ୍ଧୁର ୪ ସାଙ୍ଗ ଓ ଭାଇ। ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍‌। ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ବାଲିଘାଟରେ ଲାଗିଛି ଟଙ୍କା। ଅର୍ଚ୍ଚନା ଠାରୁ ଜବତ ପେନଡ୍ରାଇଭ୍‌ରେ ରହିଛି ସାଙ୍ଘାତିକ ତଥ୍ୟ। ଖୁବଶୀଘ୍ର ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ସତ ଓଗାରିବ କମିଶନରେଟ ପୋଲିସ। ସେପଟେ ଏସବୁ ଘଟଣା ଲୋକଲୋଚନକୁ ଆଣିବାକୁ ଦାବି କରିଛି ଭାରତୀୟ ବିକାଶ ପରିଷଦ।

nis-ad
Leave A Reply

Your email address will not be published.