ଗଞ୍ଜାମ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ…

ହିଞ୍ଜିଳିକାଟୁ ୧୪।୧୦ ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ମନୋନୀତ ଗଞ୍ଜାମ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ପଵିତ୍ର ମୋହନ ପାଣିଗ୍ରାହୀ ଙ୍କୁ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ପଲେଇ ଗଞ୍ଜାମ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ନଵ ନିଯୁକ୍ତ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଙ୍କୁ ଫୁଲତୋଡା ସହ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ପରେ ଉପାଧ୍ୟକ୍ଷା ,ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଙ୍କ ସହ ସମସ୍ତ ପୌରକର୍ମଚାରୀ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ପାଣିଗ୍ରାହୀ ହିଞ୍ଜିଳିକାଟୁ ବିଜେଡି ର ଜଣେଅନୁମତି ଓ ପ୍ରଭାବଶାଳୀ ସଂଗଠକ ଭାବେ ଜଣାଶୁଣା ଥିଲେ। ଶ୍ରୀ ପାଣିଗ୍ରାହୀ ହିଞ୍ଜିଳିକାଟୁ ବିଜେଡି ର ନଗର ସଭାପତି, ମୁଖ୍ୟମନ୍ତ୍ରୀ ଙ୍କ ନଗର ପ୍ରତିନିଧି ଓ ହିଞ୍ଜିଳିକାଟୁ ପୌରପରିଷଦ ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ ।ଚଳିତ ବର୍ଷ ସେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ନିର୍ବାହନ କରିଆସୁଛନ୍ତି। ପୌରପାଳିକା ସହ ଆଚଂଳିକ ଟ୍ରଷ୍ଟର ସମ୍ପର୍କ ସ୍ଥାପନ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ହିଞ୍ଜିଳିକାଟୁ ପୌରପରିଷଦ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ମିଳିମିଶି କାମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କୁ ସଫଳ କରିବା ନିମନ୍ତେ ସଂଙ୍କଳ୍ପ ନେଇଥିଲେ।
ଅର୍ଥନୀତିକ ଉନ୍ନତି ଓ ସମସ୍ତ ସହରାଞ୍ଚଳରେ ଏକ ନୂତନ ଦିଗ ପ୍ରସାର ଉପରେ ଟ୍ରଷ୍ଟ ଗୁରୁତ୍ଵ ଦିଅନ୍ତୁ l ଯାହା ଫଳରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ଧ୍ୟାନ ଦିଆଯାଉ ଏବଂ ସାଧାରଣ ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଶୃଦୃଢ଼ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ କୁ ସଫଳ କରନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ସମସ୍ତ ଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ l କାର୍ଯ୍ୟ କ୍ରମରେ କାଉନସିଲର ବିଭୁ ପ୍ରସାଦ ପଣ୍ଡା, ଶ୍ୟାମଘନ ଵେହେରା ,ସଭ୍ୟା ରୁକ୍ମିଣୀ ବିଷୋୟୀ, ବବିତା ନାହାକ, ସୁପ୍ରଭା ମହାରଣା, ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଙ୍କ ସହ ପୌରପାଳିକା ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ଏ ମୋହନ ଆଚାରୀ, ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.