ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ଦେଉଛନ୍ତି ଭାସ୍କର

ମାଲକାନଗିରି,୧୩।୧୦ : ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ବାଣ୍ଟୁଛନ୍ତି ଉତ୍ତରାଖଣ୍ଡର ଯୁବକ ଭାସ୍କର ଭଣ୍ଡାରି । ଆପଣ ଶୁଣିଲେ ଆଶ୍ଚଯ୍ୟ ହେବେ ଦିର୍ଘ ୧୦ ମାସ ଧରି ସାଇକେଲ ଯାତ୍ରା କରିଆସୁଛନ୍ତି ଏହି ଯୁବକ ଜଣକ । ଭାସ୍କର ଚଳିତ ବର୍ଷ ୨୦୨୨ ମସିହା ଜାନୁଆରୀ ୫ ତାରିଖରୁ ସାଇକେଲ ମାଧ୍ୟମରେ ଯାତ୍ରା କରି ସାରା ଭାରତ ବର୍ଷ ପରିଭ୍ରମଣ କରିବେ ବୋଲି ନିଷ୍ପତି ନେଇଥିଲେ । ଏହି ଯାତ୍ରା ସମୟରେ ଭାସ୍କର ନିଜ ସାଇକେଲରେ ସମସ୍ତ ପ୍ରକାର ନିତ୍ୟ ବ୍ୟବହୃତ ଜିନିଷ ପତ୍ର ରଖି ଆଜକୁ ପ୍ରାୟ ୧୦ ମାସ ହେବ ଘର ଛାଡି ସାଇକେଲରେ ଯାତ୍ରା କରିଆସୁଛନ୍ତି । ନିଜର ଆତ୍ମବଳ ସାହାଯ୍ୟରେ ହାର ନମାନି ନିଜ ଲକ୍ଷ୍ୟକୁ ଆଖି ଆଗରେ ରଖି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ଭାସ୍କର । ତେବେ ତାଙ୍କ ସାଇକେଲ ଯାତ୍ରାର ଲକ୍ଷ୍ୟ ହେଉଛି, ଭାରତ ବର୍ଷର ସମସ୍ତ ଲୋକଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରିବା ଓ ସମସ୍ତଙ୍କ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେବା ଓ କିପରି କମ ଖର୍ଚ୍ଚରେ ବିଭିନ୍ନ ସ୍ଥାନ ବୁଲିପରିବେ ତାହା ଶିଖାଉଛନ୍ତି ଭାସ୍କର । ଖରାବର୍ଷା ହେଉ ବା ଶୀତକୁ ଖାତିର ନକରି ଭାସ୍କର ଜାରି ରଖିଛନ୍ତି ତାଙ୍କର ସାଇକେଲ ଯାତ୍ରା । ଭାସ୍କର ୧୦ ମାସ ଭିତରେ ଉତ୍ତରାଖଣ୍ଡ, ୟୁପି, ରାଜେସ୍ଥାନ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, କେରଲା, ଗୋଆ, ତାମିଲନାଡୁ, ତେଲାଙ୍ଗନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଦେଇ ମାଲକାନଗିରି ପହଞ୍ଚିଛନ୍ତି । ବର୍ଷେ ମଧ୍ୟରେ କାଶ୍ମୀର ମଧ୍ୟ ଅତିକ୍ରମ କରିବେ ବୋଲି ଲକ୍ଷ ରଖିଛନ୍ତି । ବର୍ତ୍ତମାନ ଅନେକ ରାଜ୍ୟରେ ଯାତ୍ରା ଶେଷ କରିବା ପରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ସାଇକେଲ ଯାତ୍ରା ମାଧ୍ୟମରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । ଭାସ୍କରଙ୍କ ଏପରି ସାଇକେଲ ଯାତ୍ରା ମାଧ୍ୟମରେ ସଚେତନତା କରାଇବା ଆଜିର ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣା ସୃଷ୍ଟି କରିବ ।

nis-ad
Leave A Reply

Your email address will not be published.