ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ

ଫୁଲବାଣୀ (୧୩/୧୦) : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫୁଲବାଣୀ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ଦ୍ୱିତୀୟ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଏଡିପିଏଚ ଓ( ଡିସି ) ଡାକ୍ତର ବସନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ଚିକିତ୍ସା ମନୋବିଜ୍ଞାନୀ ତପସ୍ୱିନୀ ଆଚାର୍ଯ୍ୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଇତିଶ୍ରୀ ପଟ୍ଟନାୟକ , ସନ୍ତୋଷ ସାହୁ, ଦଧିବାମନ ରଥ ପ୍ରମୁଖ ଯୋଗ ଦେଇ କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଆବଶ୍ୟକ ସେ ନେଇ ବୁଝାଇଥିଲେ l ସେହିପରି ପାଠ ସହ ଖେଳ କୁଦ ଆଦି କରିବା ଲାଗି ପରାମର୍ଶ ଦେଇଥିଲେ l ଫଳରେ ସ୍ୱାସ୍ଥ୍ୟ ଠିକ ରହିବ ବୋଲି କହିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷୟତ୍ରୀ କଲ୍ଲୋଳିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ

nis-ad
Leave A Reply

Your email address will not be published.