କଟକ ୧୩।୧୦ : ଜଗତପୁର କେନାଲରେ ତିନି ଛାତ୍ର ଭାସିଯିବା ଘଟଣା । ମିଳିଲା ଆଉ ଜଣେ ଯୁବକଙ୍କ ମୃତଦେହ । ମୃତକ ଚୌଦ୍ୱାର ମହାଜନପୁର ଗାଁର ବାଦଲ ସାହୁ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉଥିବା ବେଳେ ହଠାତ୍ ୪ ଜଣ ଖସି ପଡ଼ିଥିଲେ । ତେବେ ସେଥିରୁ ଜଣେ ପହଁରି କୁଳରେ ଲାଗିଥିଲେ । ପରେ ଗୁରୁବାର ସକାଳୁ ଜଣଙ୍କର ମୃତଦେହ ଠାବ ହୋଇଥିବା ବେଳେ ଅପରାହ୍ନ ସମୟରେ ଆଉ ଜଣଙ୍କ ମୃତଦେହ ମିଳିଛି । ଏବେବି ଆଉ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।