ହିଞ୍ଜିଳିକାଟୁ ୧୩।୧୦ କୁମାର ପୂର୍ଣ୍ଣିମା ଠାରୁ ଧନଧାତ୍ରୀ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ମା ଦୁର୍ଗାଙ୍କ ପ୍ରତ୍ୟାଗମନ ପରେ,ଗଜଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ପୁରପଲ୍ଲୀ ସବୁଠାରେ ଭାବ ଓ ଭକ୍ତି ମୟ ଭାବନା ଫୁଟି ଉଠୁଛି। ମା ଧନଂ ଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ପୀଠରେ ମନ୍ତ୍ର ପାଠ ଓ ଶ୍ଳୋକରେ ସାରା ଅଞ୍ଚଳ ପ୍ରକମ୍ବିତ ହେଉଥିବା ବେଳେ ଭକ୍ତ ମହଲରେ ଏକ ପ୍ରକାର ଭକ୍ତିମୟ ବାତାବରଣ ସୃଷ୍ଟି କରୁଛି lଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀଙ୍କ ପୂଜା ଚଳିତବର୍ଷ ତୃତୀୟ ଥର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ବଡଦାଣ୍ଡ ଠାରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ଆଜି ପଞ୍ଚମ ଦିବସରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଭକ୍ତମାନେ ପୂଜା ସାମଗ୍ରୀ ଧରି ମା ଗଜଲକ୍ଷ୍ମୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ lଗଜଲକ୍ଷ୍ମୀ ମଣ୍ତପରେ ପୂଜା କର୍ତ୍ତା ଭାବେ ସୁବାସ ସାହୁ ଓ ତାଙ୍କ ପତ୍ନି ,ପୂଜକ ପଣ୍ତିତ ସଙ୍କର୍ଷଣ ପାଠୀ ,ଅଶୋକ ସତପଥୀ, ପ୍ରଫୁଲ୍ଲ ପାଢି, ପ୍ରସାନ୍ତ ପାଢୀ. ଇତିତୋଷ ପାଢି, ଦାୟିତ୍ଵ ତୁଲାଇ ପୂଜାର୍ଚ୍ଚନା କରୁଛନ୍ତି।।ଅନୁଷ୍ଠିତ ଏହି ଗଜଲକ୍ଷ୍ମୀ ପୂଜା ପରିଚାଳନାରେ ଜଗନ୍ନାଥ ସାହୁ, ନିଳାଚଂଳ ସାହୁ, ଶ୍ରୀଧର ବାଇସି, ରମାକାନ୍ତ, ନିଗମ, ଶୁଭମ ,କୁନା, ବିଶ୍ବ, ଶ୍ରୀକାନ୍ତ ସାହୁ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି lଶୁକ୍ରବାର ଭଷାଣି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସଦସ୍ୟ ପ୍ରସାନ୍ତ ପାଢୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post