ଭୁବନେଶ୍ୱର ୧୨।୧୦ : ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା । ସାମ୍ନାକୁ ଆସିଲା କିଛି ସାଙ୍ଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଯାଞ୍ଚ ପରେ ପୋଲିସକୁ ମିଳିଛି ଏପିରି କିଛି ତଥ୍ୟ । ଏବେ ସୁଧା ଅର୍ଚ୍ଚନାଙ୍କ ନାଁରେ ଦୁଇଟି ଏତଲା ଉପରେ ତଦନ୍ତ ଚାଲିଛି । କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏପିରି କିଛି ସୂଚନା ମିଳିଛି ।
ସେପଟେ ଅର୍ଚ୍ଚନାଙ୍କର ପୁଣି କିଛି ଚାଟିଂ ପଦାକୁ ଆସିଛି । ସେଥିରେ ଅର୍ଚ୍ଚନା ତାଙ୍କର ଜଣେ ମହିଳା ସାଙ୍ଗଙ୍କୁ କହିଛନ୍ତି । ଡିସିପି ଶତପଥୀ ସାର୍ ଦେଖା ହୋଇଥିଲେ । ଜନ୍ମଦିନକୁ ଆସି ନଥିଲେ ବି ସେ ଗୋଲ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି । ଏହାର ଉତ୍ତରରେ ଅର୍ଚ୍ଚନାଙ୍କ ସାଙ୍ଗ କହୁଛନ୍ତି, ଭଲ ଲାଗୁଛି । ତମ ସାରଙ୍କୁ କହୁନ …. ଆମକୁ ଗିଫ୍ଟ ଦେବେ… ।
ଏହି ଚାଟିଂ ପ୍ରମାଣ କରୁଛି କମିଶନରେଟ୍ ପୋଲିସରେ ପୂର୍ବରୁ ଥିବା ସେ ଶତପଥୀ ସାର୍ଙ୍କ ସହ ଅର୍ଚ୍ଚନାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ସେ ସାର୍ଙ୍କ ଜରିଆରେ ବିଭିନ୍ନ ନେତାଙ୍କ ସହ ମିଶୁଥିଲେ । ସେଥିପାଇଁ କମିଶନରେଟ୍ ପୋଲିସ୍ ମୁଖ୍ୟାଳୟରେ ମଧ୍ୟ ତାଙ୍କର ଅବାଧ ପ୍ରବେଶ ରହିଥିଲା । ଯାହର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।