ମୁମ୍ବାଇ: ମହାରାଷ୍ଟ୍ରର ଆଞ୍ଚଳିକ ଭାଷାର ବୋର୍ଡ ଲଗାଇ ନଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ (ବିଏମସି) ୫୨୨ଟି ଦୋକାନ ଓ ପ୍ରତିଷ୍ଠାନକୁ ନୋଟିସ କରିଛି। ଏମାନେ ରାଜ୍ୟର ଆଞ୍ଚଳିକ ଭାଷା ମରାଠୀକୁ ଗୁରୁତ୍ୱ ଦେଇ ନଥିଲେ। ଏପରି କରି ସେମାନେ ମହାରାଷ୍ଟ୍ର ଦୋକାନ ଓ ପ୍ରତିଷ୍ଠାନ ଆଇନ ୨୦୧୭ର ଉଲ୍ଲଙ୍ଘନ କରିଛନ୍ତି। ତେଣୁ ସେମାନଙ୍କୁ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବିଏମସି ଅଧିକାରୀମାନେ ସୋମବାର ମୁମ୍ବାଇରେ ୨୧୫୮ଟି ଦୋକାନ ଓ ପ୍ରତିଷ୍ଠାନର ଯାଞ୍ଚ କରିଥିଲା। ଏହି ସମୟରେ ୫୨୨ଟି ଦୋକାନା ଓ ପ୍ରତିଷ୍ଠାନ ଆଞ୍ଚଳିକ ଭାଷା ମରାଠୀ ବୋର୍ଡ ଲଗାଇବା ପାଇଁ ଜାରି ନିୟମର ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା। ତେଣୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ବିଏମସି ଜାରି କରିଥିବା ନୋଟିସରେ ପଚରାଯାଇଛି।
୨୦୧୭ରେ ସରକାର ଲାଗୁ କରିଥିବା ସଂଶୋଧିତ ଆଇନ ବଳରେ ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ଆଗରେ ମରାଠୀ ଭାଷାରେ ବୋର୍ଡ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ୧୦ରୁ କମ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା। ସରକାର କହିଥିଲେ ଯେ ଦୋକାନ କିମ୍ବା ପ୍ରତିଷ୍ଠାନ ଆଗରେ ଲାଗିବାକୁ ଥିବା ବୋର୍ଡରେ ପ୍ରଥମେ ମରାଠୀ ଭାଷା ରହିବ। ସେହିପରି ଏହାର ସାଇଜ୍ ଅନ୍ୟ ଭାଷା ଠାରୁ କମ ହେବନାହିଁ।
ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପୂର୍ବରୁ ବିଏମସି ସମସ୍ତଙ୍କୁ ସମୟ ଦେଇଥିଲା। ତଥାପି ଶତାଧିକ ଦୋକାନୀ ଓ ପ୍ରତିଷ୍ଠାନ ଏହାକୁ ପାଳନ କରି ନଥିଲେ। ତେଣୁ ବିଏମସି ସେମାନଙ୍କୁ ଏବେ ନୋଟିସ କରିଛି।
Sign in
Sign in
Recover your password.
A password will be e-mailed to you.