ଭାରଶ୍ୟାମ ହରାଇ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି

ଫୁଲବାଣୀ/ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି ରାସ୍ତାରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଫଳରେ ଗୁରୁତର ଦୁର୍ଘଟଣାରୁ ବର୍ତ୍ତିଗଲେ ଚାଳକ ଓ ସାଥି । ଖଜୁରୀପଡ଼ା ଥାନାରେ କାର୍ଯ୍ୟରତ ଦୁତିମେଣ୍ଡି ପଞ୍ଚାୟତର ସ୍ତାନୀୟ ହୋମଗାର୍ଡ କର୍ମଚାରୀ ପ୍ରକାଶ ସେଠି ( ମୁନ୍ନା ) ଘଟଣା ସ୍ଥଳରେ ପହଞ୍ଚି ଖଜୁରୀପଡ଼ା ଥାନା ଭାରପ୍ରାପ୍ତ ଅଧିକାରିଣୀ ଗେଲି କୁମାରୀ ସାହୁଙ୍କୁ ଫୋନ ଯୋଗେ ଜଣେଇଥିଲେ । ସେ ଖବର ପାଇ ଖଜୁରିପଡ଼ା ଥାନା ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l ଏହି ସମ୍ବର୍ଡେଗା ଛକ ବୁଲାଣି ନିକଟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଅନେକ ଲୋକ ମୃତ୍ୟୁ ମୁଖକୁ ଯାଇଥିବା ବେଳେ ଏହି ସ୍ଥାନରେ ଜିଲ୍ଲା ପ୍ରଶାସନ ତରଫରୁ ଚାରୋଟି ହମ୍ପସ କରାଗଲେ ଗାଡ଼ି ଚାଳକ ଓ ଜନ ସାଧାରଣ ଲୋକେ ସୁରକ୍ଷିତ ଭାବେ ଯାତାୟାତ କରିପାରନ୍ତେ ବୋଲି ଦୁତିମେଣ୍ଡି ଉକ୍ତଳମଣି ଯୁବକ ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ଅଞ୍ଚଳବାସୀ ଦାବି ରଖିଛନ୍ତି ।

nis-ad
Leave A Reply

Your email address will not be published.