ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ନୀଳଗିରି,୧୧/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ କେସିପୁର ପଞ୍ଚାୟତ ବାରାଖେଦା ଗ୍ରାମର ଜଗମୋହନ ମୁର୍ମୁଙ୍କ ୫ ବର୍ଷର ଶିଶୁକନ୍ୟା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା । ପରେ ତାଙ୍କୁ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ଡାକ୍ତର ଅକ୍ସିଜେନ ଠିକରେ ନଦେବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ମେଡ଼ିକାଲ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ। ଘଟଣା ସ୍ଥଳରେ ବରହମପୁର ପୋଲିସ ପହଂଚି ଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.