ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡ ଘଟଣା, ସିବିଆଇ ତଦନ୍ତ ଦାବିରେ ଅନଶନରେ ବସିଲେ ଗ୍ରାମବାସୀ

ବ୍ରହ୍ମଗିରି, ୧୦/୧୦: ବ୍ରହ୍ମଗିରିର ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ଅନିର୍ଦ୍ଧିଷ୍ଟ ଅନଶନ । ଦୀର୍ଘ ୧୧ ମାସ ପରେ ମୃତ ଚିତ୍ତ ରଂଜନଙ୍କ ପରିବାର ସହ ଗ୍ରାମବାସୀ ଅନଶନରେ ବସିଛନ୍ତି । ଗତ ୧୩ ଡିସେମ୍ବର ୨୦୨୧ ତାରିଖରେ ପୁରୀ ଗଡ଼ମୃଗସିରା ବ୍ରିଜ ନିକଟରୁ ଭାସମାନ ଅବସ୍ଥାରେ ଚିତ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସମ୍ପୃକ୍ତି ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଖସାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.