ବାରିପଦାରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା, ୧୦/୧୦: ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଟିମ୍‌ । ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୮୨ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।

ଏଥି ସହିତ ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କୁ ଗିରଫ କରିଛି ବିଭାଗ । ଗିରଫ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦)। ତେବେ ଏହାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମ୍ ପକ୍ଷରୁ କେଶ ନମ୍ବର ୨୯୧/୨୨ ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ମହିଳାଙ୍କ ଡାକ୍ତରୀ ମାଇନା ହେବାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସ୍ଵତନ୍ତ୍ର ବିଭାଗ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.