ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଯାଜପୁର ୧୦।୧୦ : ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡିଲେ ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ ।

ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଠାରୁ ୧୨, ୬୦୦ ଟଙ୍କା ଲାଞ୍ଚ ନେଉଥିଲେ ଦୁଇ ଜଣ । ଯାହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବା ସମୟରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀକୁ ଗିରଫ କରିଛି କଟକ ଓ ଯାଜପୁରର ଭିଜିଲାନ୍ସ ଟିମ୍ ।

nis-ad
Leave A Reply

Your email address will not be published.