ମିଲେଟର ପ୍ରଚାର ପାଇଁ ଉତ୍କଳ ସହିତ ହାତ ମିଳାଇବ ଗୋଥେ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁଷ୍ଟିକର ସମୃଦ୍ଧ ମିଲେଟ ବା ମାଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ ଜର୍ମାନୀର ଗୋଥେ ବିଶ୍ୱବିଦ୍ୟାଳୟ ଉତ୍କଳ ସହିତ ହାତ ମିଳାଇବ। ସର୍ବନିମ୍ନ ଜଳ ବ୍ୟବହାର, ନିମ୍ନ ଅଙ୍ଗାରକାମ୍ଳ ଏବଂ ମରୁଡ଼ି ପରିସ୍ଥିତିରେ ମଧ୍ୟ ମିଲେଟ ଚାଷ କରାଯାଇପାରିବ ବୋଲି ଏହି ଶସ୍ୟକୁ ଜଳବାୟୁ ଅନୁକୂଳ ଫସଲ ବୋଲି କୁହାଯାଏ ବୋଲି ଗୋଥେ ବିଶ୍ୱବିଦ୍ୟାଳୟର ପ୍ରଫେସର ରୋଲାଣ୍ଡ ହାରଡେନବର୍ଗ କହିଛନ୍ତି।
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ‘ଖାଦ୍ୟ ସାର୍ବଭମତ୍ୱ, ଖାଦ୍ୟ ସୁରକ୍ଷା ଏବଂ ଓଡିଶାରେ ତଥା ବାହାରେ’ ଶୀର୍ଷକରେ ଏକ ବକ୍ତୃତା ପ୍ରଦାନ କରି ପ୍ରଫେସର ରୋଲାଣ୍ଡ କହିଛନ୍ତି ଯେ କୋରାପୁଟ ଏବଂ ରାୟଗଡାର ଆଦିବାସୀମାନଙ୍କ ଉପରେ ହୋଇଥିବା ଅନୁସନ୍ଧାନ ଏବଂ ସେମାନଙ୍କର ଖାଦ୍ୟ ଢାଞ୍ଚା ତାଙ୍କୁ ଘରୋଇ ସ୍ତରରେ ପୁଷ୍ଟିକର ଖାଦ୍ୟରେ ଉନ୍ନତି ଆଣିବାକୁ ପ୍ରେରିତ କରିଛି। ଚାଷ ଜମିରେ ଏବଂ ଓଡିଶାରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ମିଲେଟର ପୁନର୍ଜୀବନ ହୋଇପାରିବ | ଏହି ଦିଗରେ କୁଳପତିଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ପ୍ରଫେସର ରୋଲାଣ୍ଡ କହିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଯୋଗ କରିବା ଏବଂ ପ୍ରଫେସରମାନଙ୍କୁ ଏହି ଅନୁଷ୍ଠାନକୁ ଆଣିବା ପ୍ରୟାସ ଓଡିଶାର ଗବେଷକମାନଙ୍କ ପାଇଁ ଲାଭଦାୟକ ହେବ।
କୁଳପତି ପ୍ରଫେସର ରୋଲାଣ୍ଡଙ୍କୁ ପରିଚିତ କରିଥିବାବେଳେ ପ୍ରଫେସର ସଞ୍ଜୟ କୁମାର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡକ୍ଟର ଚିନ୍ମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ମଧ୍ୟ ଓଡ଼ିଶା ସରକାର ‘ମିଲେଟସ୍ ଦିବସ’ ପାଳନ କରିଥିଲେ। ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ‘ମାଣ୍ଡିଆ’ ବା ମିଲେଟକୁ ଏକ ପୁଷ୍ଟିକର ଏବଂ ପରିବେଶ ଅନୁକୂଳ ଖାଦ୍ୟ ପଦାର୍ଥ ଭାବରେ ପ୍ରୋତ୍ସାହିତ କରିବା |

nis-ad
Leave A Reply

Your email address will not be published.