ସରିଲା କାଳୁଆ ଯାତ୍ରା, କୁମାର ପୂର୍ଣ୍ଣିମାରେ ବିଦାୟ ନେଲେ ମାଆ

ବ୍ରହ୍ମପୁର ୧୦/୧୦: ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ମାଆ ନେଲେ ବିଦାୟ । ୧୫ ଦିନ ଧରି ଚାଲିଥିବା ଯାତ୍ରା ବିଳମ୍ବିତ ରାତିରେ ସରିଛି ।

ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ ଉତ୍ସବ ମୁଖରିତ କରିଦେଇଥିଲା। ବାଜା , ଘଣ୍ଟ, ଶଙ୍ଖ ନାଦ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ମାଆଙ୍କୁ ପୂଜାର୍ଚ୍ଚନା କରିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଝିପି ଝିପି ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ।

nis-ad
Leave A Reply

Your email address will not be published.