ଘେରାବନ୍ଦୀ କରି କିଭ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଛି ରୁଷ

କିଭ୍‌: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଇତିମଧ୍ୟରେ ଆକ୍ରମଣକାରୀ ରୁଷ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରି ରାଜଧାନୀ କିଭ୍‌ରେ ପହଞ୍ଚିସାରିଛି। ଏବେ କିଭରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ ସେନା। ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼ କରୁଛି ରୁଷ। ସୋମବାର କ୍ରିମିଆରୁ ରୁଷକୁ ସଂଯୋଗ କରୁଥିବା ଏକ ପୋଲକୁ ୟୁକ୍ରେନ୍‌ ସେନା ଉଡ଼ାଇ ଦେବା ପରେ ରୁଷ ସେନା ଅଧିକ ଆକ୍ରମଣାତ୍ମକ ହୋଇଛି। ଏ ସମ୍ପର୍କରେ ୟୁକ୍ରେନ୍‌ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ପ୍ରତିକ୍ରିୟା ରଖାଯାଇଛି। ୟୁକ୍ରେନ୍‌ କହିଛି ଯେ, ସୋମବାର କ୍ରିମିଆ ଏବଂ ରୁଷ ମଧ୍ୟରେ ଯୋଗାଯୋଗ କରୁଥିବା ବ୍ରିଜ୍‌କୁ ୟୁକ୍ରେନ୍‌ ସେନା ଉଡ଼ାଇ ଦେଇଥିବା ରୁଷ ଅଭିଯୋଗ ଆଣିଥିଲା।
ଏହାପରେ ରୁଷ ଲଗାତାର କିଭ୍ ଉପରେ ନିଆଁ ବର୍ଷଣ କରୁଛି। କିଭ୍‌ ଉପରେ ଶତ୍ରୁର ରାଷ୍ଟ୍ରର ସିରିଜ୍‌ ମିଶାଇଲ ଆଟାକ ଯୋଗୁ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତି ହୋଇଛି। ଏବେ ସମଗ୍ର ୟୁକ୍ରେନ୍‌ ମିଶାଇଲ ଘେରରେ ରହିଛି। ଆକାଶ ମାର୍ଗରୁ ଲଗାତାର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପଇଁ କୁହାଯାଇଛି। ଆଜି ସକାଳେ ୮ଟା ଳ୧୫ରେ କିଭ ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କରାଯାଇଥିବା ଜଣେ ଏଫପି ସାମ୍ବାଦିକ କହିଛନ୍ତି।
ଆକ୍ରମଣ ପରେ ମୃତାହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର ପାଇଁ ନିୟୋଜିତ ଅଛି। ସୋମବାର ସକାଳେ ପ୍ରାୟ ୬ଟି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ସେଭାଚେନକିଭସ୍କାଇ ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଆକ୍ରମଣ ଭିଡିଓ ଏବେ ସୋଶାଲ ମିଡିଆରେ ପ୍ରସାରିତ ହେଉଛି। ଗତ ଜୁନ୍‌ ୨୬ ତାରିଖରେ କିଭ ଉପରେ ଶେଷଥର ପାଇଁ ରୁଷ ମିଶାଇଲ ମାଡ଼ କରିଥିଲା। ତେବେ ୟୁକ୍ରେନ୍‌ ବିରୋଧରେ ପୋଲ ଉଡ଼ାଇ ଦେବାରା ମସ୍କୋ ଅଭିଯୋଗ ଆଣିବା ପରେ ଆକ୍ରମଣକୁ ଜୋରଦାର କରାଯାଇଛି। ତେବେ ପୋଲ ଉପରେ ହୋଇଥିବା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।
ୟୁକ୍ରେନ୍‌ ଗୃହ ମନ୍ତ୍ରାଳୟର ଉପଦେଷ୍ଟା ଆଣ୍ଟୋନ୍‌ ଗେରାସ୍ଚଚେଙ୍କୋ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, କିଭରେ ପଡ଼ିଥିବା ‌ରକେଟ୍‌ଗୁଡ଼ିକରୁ ଗୋଟାଏ ଭ୍ଲାଦିମିର୍ସ୍କାୟା ପଥରେ ଥିବା ମଖାଇଲ୍‌ ଗ୍ରୁସେଭ୍‌ସ୍କି ସ୍ମାରକୀ ନିକଟରେ ପଡ଼ିଛି। ଏହି ରାସ୍ତାରଆ ୟୁକ୍ରେନ୍‌ର ନିରାପତ୍ତା ସେବା ସବୁ ଅବସ୍ଥିତ। ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ କାର୍ଯ୍ୟାଳୟ ବି ରହିଛି। କ୍ଷେପଣାସ୍ତ୍ର ବିସ୍ଫୋରଣ ଯୋଗୁଁ ରାଜଧାନୀରେ ୫ଜଣ ସାଧାରଣ ଜନତା ନିହତ ଓ ୧୨ଜଣ ଆହତ ହୋଇଥିବା କଥା ସେ କହିଛନ୍ତି।

nis-ad
Leave A Reply

Your email address will not be published.