ଖୋର୍ଦ୍ଧା ରୋଡ୍‌ ରେଳ କଲୋନୀକୁ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ଡିଆର୍‌ଏମ୍‌

ଜଟଣୀ ୦୯/୧୦: ଜଟଣୀ ପୌରାଞ୍ଚଳରେ ଥିବା  ସମସ୍ତ ରେଳବାଇ କଲୋନୀକୁ ଡିଭଜନାଲ ରେଲୱେ ମ୍ୟାନେଜର ଶ୍ରୀ ରୀଙ୍କେସ୍ ରାୟ ବିଶୁଦ୍ଧ ନରାଜ ପାଣି ଯୋଗାଣର ଶୁଭାରମ୍ଭ କରିଛନ୍ତି l ଲୋକୋ କଲୋନୀରେ ଥିବା ପମ୍ପ ହାଉସରେ ପାନୀୟ ଜଳ ଯୋଗଣ ଶୁଭାରମ୍ଭ କରାଯାଇଥିଲାl ସମସ୍ତ କଲୋନୀରେ ପାନୀୟ ଜଳ ପହଞ୍ଚିଥିବାରୁ ଖୋର୍ଦ୍ଧାରୋଡ଼ ମଣ୍ଡଳ କଲୋନୀରେ ରହୁଥିବା ସମସ୍ତ କର୍ମଚାରୀ ଖୁସି ବ୍ଯକ୍ତ କରିଛନ୍ତି। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ଚେଷ୍ଟା ଓ ଡିଆର୍‌ଏମଙ୍କ ପ୍ରଚେଷ୍ଠାରେ ଆମେ ଏହି ପାଣି ପାଇଲୁ ବୋଲି କଲୋନୀବାସୀ କହିଛନ୍ତି।

ଏହି ଜଳ ଯୋଗାଣ ପାଇଁ ୨୦୧୭ରୁ ବାରମ୍ବାର ଦାବି କରାଯାଇଥିଲା ବୋଲି ସାଧାରଣ ସମ୍ପାଦକ ରମେଶ ସାହୁ କହିଛନ୍ତି l ୨୦୨୧ ଜୁଲାଇରେ ଦୂଷିତ ଜଳ ଯୋଗାଣକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରାଯିବା ସହିତ କର୍ମଚାରୀମାନଙ୍କ ପରିବାରକୁ ନେଇ ଆନ୍ଦୋଳନ ଚେତାବନୀ ଦିଆଯାଇଥଲା l ଡିଆର୍‌ଏମ ରିଙ୍କେସ୍ ରାୟଙ୍କ ଯୋଗଦାନ ସହିତ ପ୍ରଚଷ୍ଠା ଦ୍ବାରା ଏହା ସମ୍ଭବ ହେବାରୁ ଶ୍ରମିକ କଂଗ୍ରେସ ଓ ଡିଆର୍‌ଏମ ରାୟଙ୍କୁ ରେଳ କର୍ମଚାରୀ ଧନ୍ୟବାଦ ଦେଇଥିଲେ l ଏହି ପାନୀୟ ଜଳ ୨୪ ଘଣ୍ଟା ଦିଆଯିବ ବୋଲି ସେଠାରେ ଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି l

nis-ad
Leave A Reply

Your email address will not be published.