ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଲେ ଡିସିପି

ଭୁବନେଶ୍ବର: ଅର୍ଚ୍ଚନାଙ୍କ ଲାପଟପ୍‌, ମୋବାଇଲ୍‌ , ହାର୍ଡଡିସ୍କ ଜବତ କରିଛି ପୋଲିସ୍‌ । ଏସବୁ ଡିଭାଇସକୁ ଫରେନସିକ୍‌ ଲାବ୍‌କୁ ପଠାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତାଙ୍କର ଗତ ୫ ବର୍ଷରେ ଟଙ୍କା ନେଣଦେଣ ଏବଂ ଫିକ୍ସ୍‍ଡ ଡିପୋଜିଟ୍‌ ବାବଦରେ ଆର୍‌ବିଆଇକୁ ତଥ୍ୟ ଦେବାକୁ ଆର୍‌ବିଆଇକୁ ଚିଠି ଲେଖିଛି ପୋଲିସ୍‌ । ଏହା ସହ ଅର୍ଚ୍ଚନାଙ୍କ ଭୂସମ୍ପତ୍ତି ଏବଂ ସମ୍ପତ୍ତି ବାବଦରେ ତଦନ୍ତ ଚାଲିଛି ବୋଲି କହିଛନ୍ତି । ତାଙ୍କର କୌଣସି ପଞ୍ଜିକୃତ କମ୍ପାନୀ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି । ଅନ୍ୟମାନେ କେହି ବ୍ଲାକମେଲର ଶିକାର ହୋଇଛନ୍ତି କି ନାହିଁ ସେନେଇ ମଧ୍ୟ ତଦନ୍ତ ହେଉଥିବା କହିଛନ୍ତି ଡିସିପି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ମଧ୍ୟ ନୋଟିସ ହୋଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିଛନ୍ତି ଡିସିପି । ଅକ୍ଟୋବର ୨ରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ । ଏହି ମାମଲା ଆଧାରରେ ତଦନ୍ତ ଚାଲିଛି ।

ସେପଟେ ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍‌ ଲିଙ୍କ୍‌ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ଥିବା ସୂଚନା ମିଳିଛି । ସେହିପରି ଅର୍ଚ୍ଚନାଙ୍କ ଇ-ମେଲ୍‌ ଆଇଡିରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ମେଲ୍‌ରେ ୨୦ ଦେହଜୀବୀଙ୍କ ଫଟୋ ଓ ତଥ୍ୟ ଥିବା ସୂଚନା ମିଳିଛି । କୋଲକାତା ଓ ମୁମ୍ବାଇରୁ ଯୁବତୀଙ୍କୁ ଆଣି ଅର୍ଚ୍ଚନା ଚଳାଇଥିଲେ ହନିଟ୍ରାପ୍‌ । ତାଙ୍କ ମାୟାଜଳରେ ପଡୁଥିଲେ ଫିଲ୍ମ ପ୍ରଯୋଜକ, ବିଲଡର ଓ ପ୍ରତିଷ୍ଠିତ ବ୍ୟକ୍ତି । ୨୦୧୮ରୁ ଅର୍ଚ୍ଚନା ସେକ୍ସ ରାକେଟ୍‌ ଚଳାଇଥିବା ଚର୍ଚ୍ଚା ହେଉଛି । ଓକିଲାତି ପାଠ ନପଢ଼ି ନିଜକୁ ହାଇକୋର୍ଟ ଓକିଲ ପରିଚୟ ଦେଉଥିଲେ । ୨୦୧୫ରୁ ଭୁବନେଶ୍ୱର ଆସି ପ୍ରଥମେ ଏକ ପାର୍ଲରରେ କାମ କରୁଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.