୩ ବର୍ଷରେ ଧୋଇଗଲା ଗୋଦାପୁର-ପୁଟୁଡୁମାହା ରାସ୍ତା।

ଦାରିଙ୍ଗବାଡ଼ି,୮/୧୦, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଅନୁଦାନରେ ଉପାନ୍ତ ଗ୍ରାମ ତଥା ପକ୍କା ରାସ୍ତା ନଥିବା ଗ୍ରାମ ଗୁଡିକୁ ରାସ୍ତା ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କରାଯାଇଛି । ଏଥି ନିମନ୍ତେ ସରକାର କୋଟି କୋଟି ଟଙ୍କା ମଧ୍ୟ ଵ୍ୟୟ କରୁଛନ୍ତି। ହେଲେ କାମ ନିମ୍ନ ମାନର ଯୋଗୁଁ ଦୁଇ ରୁ ତିନି ବର୍ଷ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯଥା ପୂର୍ବମ ତଥା ପରମ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗୋଦାପୁର-ପୁଟୁଡୁମାହା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାରେ ଦେଖିବାକୁ ମିଳିଛି କିଛି ଏଭଳି ସ୍ଥିତି । ଗୋଦାପୁର ଠାରୁ ପୁଟୁଡୁମାହା ଗ୍ରାମକୁ ୪ କିଲୋମିଟର ରାସ୍ତା ହୋଇଥିବା ବେଳେ ଆଗରୁ କଚା ସହ ଖାଲଖମା ରାସ୍ତା ଥିଲା। ୨୦୧୭ ମସିହାରେ ଉକ୍ତ ଗାଁ କୁ ରାସ୍ତା ନିର୍ମାଣ ନିମନ୍ତେ ୧ କୋଟି ୯୩ ଲକ୍ଷ ଵ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତା ପ୍ରକଳ୍ପ ଅନୁମୋଦନ ହୋଇଥିଲା । ଏହି କାର୍ଯ୍ୟ ୨୦୧୮ ରେ ଆରମ୍ଭ ହୋଇ ୨୦୧୯ ଶେଷ ବେଳକୁ କାର୍ଯ୍ୟ ଶେଷ ହୋଇଥିଲା । ହେଲେ କାର୍ଯ୍ୟ ଶେଷ ହେବାର କିଛି ଦିନ ପରେ ରାସ୍ତାରୁ ପିଚୁ ବାହାରିବା ସହିତ ଖାଲଖମା ଦେଖିବାକୁ ମିଳିଥିଲା । ବର୍ତମାନ ରାସ୍ତାରେ ପିଚୁ ଦେଖିବାକୁ ମିଳୁନଥିବା ବେଳେ ସବୁଆଡେ ଖାଲି ମାଟି ହିଁ ମାଟି ଦେଖାଯାଉଚି । ରାସ୍ତାରେ ବଡ଼ ବଡ଼ ଖାଲ ହୋଇଗଲାଣି । ରାସ୍ତାରେ ବର୍ଷା ଦିନରେ ଯିବା ଆସିବା ସମ୍ଭବ ହେଉନାହିଁ । ଚାଲିଲେ ବି ଗୋଡ଼ ବୁଡି ଯାଉଛି । ଗାଁ କୁ ଗାଡି ଯିବା ତ ଦୂରର କଥା ଚାଲିକି ଯିବା ସମ୍ଭବ ହେଉନାହିଁ । କେତେବେଳେ କାହାରି ଦେହ ଖରାପ ହେଲେ ଗାଁ କୁ ଠିକ ଭାବେ ଗାଡି ଆସିପାରୁନାହିଁ । ଏହି ରାସ୍ତା ପାଇଁ ପାଖାପାଖି ଦୁଇ କୋଟି ଖର୍ଚ କରିବା ପରେବି ଲୋକ ଏହାର ଲାଭ ପାଇପାରିଲେ ନାହିଁ । ବରଂ ପୂର୍ବ ସ୍ଥିତି ଭଳି ରାସ୍ତା ହୋଇଗଲା । ଏଭଳି ଭାବେ ସରକାରକା ମାଲ ଦରୀଆ ମେ ଡାଲ ପ୍ରଥାରେ ଚାଲିଛି ସରକାରୀ କାମ । ଏଭଳି ନିମ୍ନମାନର କାର୍ଯ୍ୟକୁ ନେଇ ପୁଟୁଡୁମାହା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତାର କୌଣସି ମରାମତି କାର୍ଯ୍ୟ ହୋଇପାରିଲା ନାହିଁ । ବରଂ ଦିନ କୁ ଦିନ ଲୋକଙ୍କର ସମସ୍ୟା ବଢ଼ିବାରେ ଲାଗିଛି । ଏଣୁ ବିଭାଗୀୟ ଅଧିକାରୀ ସମେତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ମରାମତି କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.