ଭୁସ୍ଖଳନ ହୋଇ ଫାଟ ସୃଷ୍ଟି ହୋଇଥିବା ଥିବା ସ୍ଥାନ ପରିଦର୍ଶନ କଲେ ଏଡିଏମ

ଦାରିଙ୍ଗବାଡ଼ି (୮/୧୦) : ଭୁସ୍ଖଳନ ଘଟଣାରେ ଜିଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟରେ ଗତ ୬ ତାରିଖ ଠାରୁ ଅସ୍ଥାୟୀ ସୁରକ୍ଷିତ ଆଶ୍ରୟୀ ସ୍ଥଳୀ କରି ସମସ୍ତଙ୍କୁ ରଖାଯାଇଛି। ଆଜି ଏଡିଏମ ବସନ୍ତ କୁମାର ସାହୁ ବିପଦ ପୂର୍ଣ୍ଣ ଥିବା କୁମ୍ଭାରୀପଦରର ସ୍ଥିତି ଅନୁଧ୍ୟାନ କରିବା ପରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ଯାଇ ଜନସାଧାରଣ ଓ ଲୋକ ପ୍ରତିନିଧି ମାନଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ। ଏଡିଏମ ଙ୍କ ସହ ବିଡ଼ିଓ ଗଦାଧର ପାତ୍ର , ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଜିଲ୍ଲା ଜରିରୁକାଳୀନ ଅଫିସର , ଜିଲ୍ଲା ଓଏସଡ଼ିଏମ୍ଏ କଡ଼ିନେଟର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଦିନ ମାନଙ୍କରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୁମ୍ଭାରୀପଦର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ତିତଲି ସମୟରେ ମଧ୍ୟ ଏଭଳି ଭୁସ୍ଖଳନ ହୋଇଥିବା ଗ୍ରାମବାସୀ କହିଥିଲେ । ଏହି କିଛି ଦିନ ପୂର୍ବରୁ ଭୁସ୍ଖଳନ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉକ୍ତ ସ୍ଥାନକୁ ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଡଃ ଅଶୋକ କୁମାର ଦାସ,ଅତିରିକ୍ତ ତହସିଲଦାର ଭବେଶ ମାଝୀ ବାରମ୍ବାର ଗସ୍ତ କରି ଘଟଣାର ଅନୁଧ୍ୟାନ କରି ଆସୁ ଅଛନ୍ତି। ଗୁରବାର ଦିନ ମଧ୍ୟ ବିଡ଼ିଓ, ତହସିଲଦାର ସମେତ ଫୁଲବାଣୀରୁ ଏକ ଟିମ କୁମ୍ଭାରୀପଦର ଗ୍ରାମରେ ପହଂଚି ଭୁସ୍ଖଲନ ସ୍ଥାନର ଅନୁଧ୍ୟାନ କରିଥିଲେ।

nis-ad
Leave A Reply

Your email address will not be published.