୭୦ତମ ଜନ୍ମଦିନରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମିଳିଲା ଟ୍ରାକ୍ଟର୍ ଉପହାର

ମସ୍କୋ: ୭୦ତମ ଜନ୍ମଦିନ ଉପଲକ୍ଷେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବେଲାରୁଷୀୟ ରାଷ୍ଟ୍ରପତି ଗୋଟାଏ ଟ୍ରାକ୍ଟର୍‌ ଉପହାର ଦେଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଦେଶବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ ସ୍ବଳ୍ପ ଆଡ଼ମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ସେଣ୍ଟ୍‌ ପିଟର୍ସବର୍ଗ ଆସିଥିବା ପୁଟିନ୍‌ଙ୍କ ଅନ୍ତରଙ୍ଗ ବନ୍ଧୁ ବେଲାରୁଷ୍‌ର ନେତା ଆଲେକ୍‌ଜେଣ୍ଡାର୍‌ ଲୁକାଶେଙ୍କୋ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେ ରୁଷୀୟ ରାଷ୍ଟ୍ରପତିଙ୍କୁ ସବୁଠୁ ବଢ଼ିଆ ବେଲାରୁଷୀୟ ଟ୍ରାକ୍ଟର୍‌ଟିଏ ଉପହାର ଦେଇଛନ୍ତି। ଏହି ଟ୍ରକ୍ଟର୍‌ ଗହମ ବୁଣିବାରେ ବ୍ୟବହାର କରାଯାଇ ପାରିବ। ଫଳରେ ୟୁରୋପୀୟମାନେ ଭୋକିଲା ରହିବେ ନାହିଁ କି, ୟୁକ୍ରେନ୍‌ରୁ ଆହାର ଚୋରି କରିବେ ନାହିଁ।

ପୁଟିନ୍‌ ରୁଷ୍‌ ବୈଶ୍ବିକ ସ୍ଥିତିକୁ ପରିବର୍ତ୍ତନ କରି ଆମ ମହାନ୍‌ ଦେଶର ସ୍ଥିତିକୁ ବିଚାରକୁ ନେବା ପାଇଁ ବିଶ୍ବକୁ ବାଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ୟୁକ୍ରେନ୍‌ର ପ୍ରାୟ ୧୫% ଜିଣି ରୁଷ୍‌ରେ ସାମିଲ କରାଯାଇଛି ବୋଲି ଘୋଷଣା କରାଯିବା ଅବସରରେ କ୍ରେମ୍‌ଲିନ୍‌ରେ ଯେଉଁ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ପୁଟିନ୍‌ଙ୍କ ଜନ୍ମଦିନ କାର୍ଯ୍ୟକ୍ରମର ଥିଲା ତା’ର ବିପରୀତ।

ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ପୁଟିନ୍‌ ସେଣ୍ଟ୍‌ ପିଟର୍ସବର୍ଗରେ ଅନୌପଚାରିକ ବୈଠକରେ ପୂର୍ବତନ ସୋଭିଏତ୍‌ ସଂଘର ନେତାମାନଙ୍କୁ ଭେଟିଥିଲେ। ଯୁଦ୍ଧର ଅନ୍ୟତମ ସମର୍ଥକ ରଷିଆନ୍‌ ଅର୍ଥୋଡକ୍ସ୍‌ ପେଟ୍ରିଆର୍କ କିରିଲ୍‌ ପୁଟିନ୍‌ଙ୍କ ପାଇଁ ଜନ୍ମଦିନ ଶ୍ରଦ୍ଧାଞ୍ଜଳିର ନେତୃତ୍ବ ନେଇ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲେ କି, ପୁଟିନ୍‌ଙ୍କୁ ସ୍ବାସ୍ଥ୍ୟ ଓ ଦୀର୍ଘାୟୁଷ ପ୍ରଦାନ କରନ୍ତୁ। ତାଙ୍କୁ ସବୁ ପ୍ରକାର ଦୃଶ୍ୟ ଓ ଅଦୃଶ୍ୟ ଶତ୍ରୁଙ୍କ ପ୍ରତିରୋଧ କରିବାର କ୍ଷମତା ଦିଅନ୍ତୁ।

ସର୍ବସାଧାରଣରେ ପୁଟିନ୍‌ଙ୍କ ଜନ୍ମଦିନ ପାଳନ କରାଯାଇଥିବା ଜଣାପଡ଼ି ନ ଥିଲା। ରୁଷ୍‌କୁ ସମର୍ଥନ କରୁଥିବା ସାମାଜିକ ଗଣମାଧ୍ୟମ ଚାନେଲ୍‌ଗୁଡ଼ିକରେ ପୁଟିନ୍‌ଙ୍କ ଜନ୍ମଦିନ ପାଳନ ଉପରେ ଗୋଟାଏ ଭିଡିଓ ପ୍ରସାରିତ ହୋଇଥିଲା। ସେଥିରେ ଦେଖାଯାଉଛି, କେନ୍ଦ୍ରୀୟ ସେଣ୍ଟ୍‌ ପିଟର୍ସବର୍ଗରେ କେତେକ ଯୁବକ ରୁଷୀୟ ପତାକା ହଲାଇବା ସହ ଲାଲ୍‌ ଛତା ଟେକି ଧରି କହୁଛନ୍ତି: ପୁଟିନ୍‌- ମୋ ରାଷ୍ଟ୍ରପତି।

କିନ୍ତୁ, ବିଳମ୍ବିତ ଅପରାହ୍ଣ ସୁଦ୍ଧା ପ୍ରମୁଖ ରୁଷୀୟ ସମ୍ବାଦ ପ୍ରସାରଣକାରୀମାନେ ପୁଟିନ୍‌ଙ୍କ ଜନ୍ମଦିନ ଉତ୍ସବର କୌଣସି ଫଟୋ ପ୍ରଦର୍ଶନ କରି ନ ଥିଲେ।

nis-ad
Leave A Reply

Your email address will not be published.