ଧାମନଗର ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା

ଭଦ୍ରକ ୦୮/୧୦: ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେଉଛି । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆ ଠାରୁ ବିଶାଳ ପଦ ଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବହୁ ତୁଙ୍ଗ ନେତା ଏହି ପଦଯାତ୍ରା ରେ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଗାଁ ଗହଳି ଲୋକ ମାନଙ୍କୁ ସଚେତନତା କରିବା ସହ ସ୍ଵଛ ଓ ଆଦର୍ଶ ମୁଖମନ୍ତ୍ରୀ ଙ୍କ ବିଷୟରେ ଲୋକ ମାନଙ୍କୁ ଅବଗତ କରିଛନ୍ତି । ଆଗକୁ ଧାମନଗର ଉପ ନିର୍ବାଚନ ଥିବାରୁ, କେଉଁଭଳି ଭାବେ ଦଳର ସମସ୍ତ କର୍ମୀ ସଙ୍ଗଠିତ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ପଦଯାତ୍ରା ରେ ବିଭିନ୍ନ ପଞ୍ଚାୟତ ର ବହୁ କର୍ମୀ ସାମିଲ ହୋଇଛନ୍ତି ।

nis-ad
Leave A Reply

Your email address will not be published.