ନଦୀରେ ଭାସୁଛି ନବଜାତର ମୃତଦେହ

ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ଶନିବାର ସକାଳୁ କିଛି  ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି ସମୟରେ ନବଜାତର ମୃତଦେହ ଭାସୁଥିବାର ଦେଖିଥିଲେ । ଏହାପରେ ମୃତଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ସେପଟେ ଘଟଣା ସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ନଦୀକୁ ମୃତଦେହ କିପରି ଆସିଲା । ସେନେଇ ତନାଘନା ଜାରି ରଖିଛି ପୋଲିସ ।

nis-ad
Leave A Reply

Your email address will not be published.