ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଦୁର୍ଗାଦେବୀ ମହାସପ୍ତମୀରୁ ପୂଜା ପାଇଆସୁଥିବା ବେଳେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଦନ ମୋହନ ଛକ ଏବଂ ନୂଆଁ ବସଷ୍ଟାଣ୍ଡ ଠାରେ ଆୟୋଜିତ ଦୁର୍ଗା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସେହିପରି ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମରେ ମା’ ଦଶଭୂଜା ଯୁବକ ସଂଘ ପକ୍ଷରୁ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ଯ ବାଜଣା ଓ ଶଙ୍ଖ ଧ୍ବନି ମଧ୍ୟରେ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

nis-ad
Leave A Reply

Your email address will not be published.