ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭)

ମିଳିଥିବା ସୂଚନା ଅନୁଯାୟୀ, କୁକୁଡ଼ାଖଣ୍ଡିର ୪ ଜଣ ସାଙ୍ଗ ମଦନ ମୋହନ ଦାସ, ଅଭିନାଶ ଦାସ, ଦୀପକ ନାୟକ ଏବଂ ସଞ୍ଜୟ ଦାସ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ ଏକ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ବେଳାଭୂମିରେ ନିୟୋଜିତ ଲାଇଫ ଗାର୍ଡ ୩ଜଣଙ୍କୁ ଉଦ୍ଧାର କରିଥିଲେ । ଗୋପାଳପୁର ପୋଲିସ ଏବଂ ଲାଇଫ ଗାର୍ଡଙ୍କ ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲେ । ଗୁରୁବାର ପାନ୍ଥନିବାସ ତଟସ୍ଥ ସମୁଦ୍ର କୂଳରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଯାଇଥିବା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

nis-ad
Leave A Reply

Your email address will not be published.