କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି। ଗିରଫ ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ସହ ଦୁଇଟି ମୋବାଇଲ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମହିଳାଙ୍କ ନାମ ଅର୍ଚ୍ଚନା ନାୟକ। ପେଶାରେ ସେ ଜଣେ ଓକିଲ ବୋଲି ଦାବି କରନ୍ତି ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତ୍ରୀ ବୋଲି କୁହନ୍ତି।

ଅର୍ଚ୍ଚନା ଜଣେ ବିବାହିତ ମହିଳା। ତାଙ୍କ ସ୍ବାମୀ ବ୍ୟବସାୟ କରନ୍ତି। ଫେସବୁକ ଜରିଆରେ ନିଜର ବ୍ଲାକମେଲିଂ ବ୍ୟବସାୟ କରୁଥିବା ଜଣାପଡିଛି। ଫେସବୁକରେ ବଡ ବଡିଆ ନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କୁ ଦେଖି ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ।  ଆଉ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ପରେ ଚାଟ୍ କରି ନିକଟତମ ହେବାକୁ ପ୍ରୟାସ କରୁଥିଲେ। ପରେ ମୋବାଇଲ୍ ନମ୍ବର ଦିଆନିଆ ହୁଅନ୍ତି। ଶେଷରେ ନିଜ ଘରର ବେଡ୍ ରୁମ ଭିତରକୁ ଆସିବାକୁ ଆମନ୍ତ୍ରଣ କରନ୍ତି। ଆଉ ଏହାର ସୁଯୋଗ ନେଇ କିଛି ଯୌନ ପିପାସୁ ଫାଇଦା ନେବାକୁ ପ୍ରୟାସ କରନ୍ତି। ଆଉ ଖୁବ ଚତୁରତାର ସହିତ ବେଡ ରୁମରେ ସିସିଟିଭି ଖଞ୍ଜି ଅର୍ଚ୍ଚନା ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ସଫଳ ହୁଅନ୍ତି। ପରେ ଯେଉଁମାନଙ୍କୁ ବେଡ ରୁମ ଭିତରକୁ ଆସିବାକୁ ଅର୍ଚ୍ଚନା ଅନୁମତି ଦେଇଥାନ୍ତି ସେହି ମାନଙ୍କୁ ସେହି ସମୟର ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲିଂ କରନ୍ତି ବୋଲି ସୂଚନା ରହିଛି।

୨୦୨୧ ମସିହାରେ ଜଣେ ନେତାଙ୍କୁ ଅର୍ଚ୍ଚନା ବ୍ଲାକମେଲିଂ କରି ମୋଟା ଅଙ୍କର ଟଙ୍କା ମାଗିଥିଲେ। ୫୦ ଲକ୍ଷ ଟଙ୍କା ସଂପୃକ୍ତ ନେତା ନଦେବା ପରେ ଖଣ୍ଡଗିରି ଥାନାରେ ସଂପୃକ୍ତ ନେତାଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଥିଲେ। ପରେ ପୁଲିସ ଧାରା ୧୬୧ରେ ଯେତେବେଳେ ବୟାନ ରେକର୍ଡ କରିବାକୁ ଡାକିଥିଲେ ସେ ଆସିନଥିଲେ। ସେହିପରି ମେ ମାସରେ ଜଣେ ଫିଲ୍ମ ପ୍ରଯୋଜକଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଆଉ ପ୍ରତିବଦଳରେ ୨୦ ଲକ୍ଷ ଟଙ୍କା ଅର୍ଚ୍ଚନା ମାଗିଥିଲେ ବୋଲି ସୂଚନା ରହିଛି। କିଛି ଦିନ ତଳେ ନୟାପଲ୍ଲୀ ଥାନାରେ ଜଣେ ପ୍ରଯୋଜକ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଶେଷରେ ପୋଲିସ ବେଡରୁମକୁ ଡାକି ବ୍ଲାକମେଲିଂ କରି ପଇସା ରୋଜଗାର କରୁଥିବା ଏହି ମହିଳାଙ୍କୁ ଗିରଫ କରିଛି।

ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା କମିଶନରେଟ ପୋଲିସ ହାତରେ ଯେଉଁ ପେନ୍ ଡ୍ରାଇଭ ଲାଗିଛି ସେଥିରେ କେଉଁ କେଉଁ ନେତା, ପୁଲିସ ଓ ଫିଲ୍ମ ପ୍ରଯୋଜକଙ୍କ ଅଶ୍ଳୀଳ ଭିଡିଓ ରହିଛି? ପୋଲିସ ଏହାର ତଥ୍ୟ ସାର୍ବଜନୀନ କରିବ କି?

nis-ad
Leave A Reply

Your email address will not be published.