ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା, ୦୬/୧୦: ବିଜୟା ଦଶମୀ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଯାହାର ଫାଇଦା ଅସାଧୁ ବ୍ୟବସାୟୀ ନେଇ ମାଲେମାଲ ହେଉଥିବା ଦେଖା ଦେଇଛି । ଆଜି ସକାଳୁ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗ୍‌ ସ୍କ୍ୱାଡ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନୟାଗଡ଼ ରେଡ୍ ସ୍ଥିତ ଭେରାଇଟ୍‌ ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ ହେଇଛି ।

ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ଛକରେ ଥିବା ଦୁଇ ଗୋଟି ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବେଦେଶୀ ମଦ ଓ ୨୧ ଲିଟର ବିଅର୍ ଜବତ କରିଛି । ଏ ଘଟଣାରେ ସ୍ଥାନୀୟ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରା ଓ ଆକାଶ କୋଦମ୍ ସିଂହକୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରିଛି ।

nis-ad
Leave A Reply

Your email address will not be published.