ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି

ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି ।

ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ । ରାତି ୯ଟା ସମୟରେ ଘରକୁ ଫେରିବା ବେଳକୁ ଦେଖିଲେ ଘର କବାଟ ତାଲା ଭଙ୍ଗା ଯାଇଛି । ଘର ଭିତରେ ଥିବା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା,  ଏକ ଟିଭି ଓ ଗ୍ରାଇଣ୍ଡର୍ ମଧ୍ୟ ନେଇଯାଇଛନ୍ତି ଚୋର ମାନେ। ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । 

nis-ad
Leave A Reply

Your email address will not be published.