ରାସ୍ତାକଡରୁ ନବଜାତକ ଉଦ୍ଧାର

ଆନନ୍ଦପୁର ୦୬/୧୦: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ମିଠିଗାଁ ରାସ୍ତା କଡରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି କିଛି ସ୍ଥାନୀୟ ଯୁବକ । ଶିଶୁଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ବୁଧବାର ବିଳମ୍ବିତ ରାତିରେ ସଢା ଗାଁର କିଛି ଯୁବକ ନିକଟସ୍ଥ ମହୁଦା ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ମିଠିଗାଁ ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ରଟିକୁ ପାଇଥିଲେ । ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଜୋରରେ କାନ୍ଦୁଥିଲା । ସେହି ଶବ୍ଧ ଶୁଣି ଯୁବକମାନେ ଘଟଣାସ୍ଥଳରୁ ତାକୁ ପାଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲେ । ତେବେ ନବଜାତ ଶିଶୁ ପୁତ୍ରକୁ କିଏ ଏବଂ କାହିଁକି ଏଭଳି ଅବସ୍ଥାରେ ଫିଙ୍ଗିଦେଇଥିଲା । ତାହା ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.