ସୋରୁମ୍‌ କବାଟ ଭାଙ୍ଗି ଲପ୍‌ଟପ୍‌ ସହ ନେଇଗଲେ ୨ ଲକ୍ଷ କ୍ୟାସ୍‌

ଆନନ୍ଦପୁର, ୦୫/୧୦: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ମୁଖାପିନ୍ଧି ଚୋରି । ଘସିପୁରା ଥାନା ଅଧିନ ବୈତରଣୀ ବ୍ରିଜ୍ ରାସ୍ତାରେ ଥିବା ହିରୋ ସୋରୁମ୍‌ରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଉପର ମହଲା କବାଟ ଭାଙ୍ଗି ବାଇକ୍ ଡିସ୍ପ୍ଲେ ହଲରେ ଥିବା ଏକ ଲ୍ୟାପଟପ ସହ ଅଫିସର କ୍ୟାସବାକ୍ସରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଯାଇଛନ୍ତି ଚୋର । ଚୋରି ସମୟର ସମ୍ପୂର୍ଣ୍ଣ ଘଟଣା ବିଲ୍ଡିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ।

ଦୁଇଜଣ ମୁଖାପିନ୍ଧା ଚୋର ସୋରୁମ୍  ଭିତରେ ପଶି ଚୋରି କରୁଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି। ଘଟଣା ସମ୍ପର୍କରେ ରିପୋର୍ଟ ଦେବାପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ଅଞ୍ଚଳରେ ଗତ ତିନିମାସ ମଧ୍ୟରେ ଏଭଳି ଅନେକ ଚୋରି ଘଟଣା ସାମ୍ନାକୁ ଆସିଥିବାବେଳେ ଦୁଇମାସ ତଳେ ବାରିଗାଁ ଠାରେ ରାତିଅଧରେ ଘରେ ପଶି ଗୋଟିଏ ପରିବାରକୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ସୁନା ରୁପା ଲୁଟ୍ ହୋଇଥିଲା । ଏହାର କିଛିଦିନ ପରେ ସିଆପଡା ଛକଠାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଡକାୟତି ଭଳି ବଡବଡ ଘଟଣାମାନ ରହିଛି । ତେବେ ଏସବୁ ଘଟଣାରେ ପୋଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ଆନନ୍ଦପୁରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

nis-ad
Leave A Reply

Your email address will not be published.