ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ

ବୌଦ୍ଧ ୦୫।୧୦ : ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ  ଜୀବନ । ମୃତକଙ୍କ ସୁକାନ୍ତି ବେହେରା, ପୁଅ ସୋହନ ବେହେରା ଏବଂ ଦିଅର ସୁଶୀଲ୍‌ ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜବଲପୁର ଗାଁର ସୁକାନ୍ତି ବେହେରା ଲୁଗା ଶୁଖାଇବା ଯାଇଥିଲା । ସେ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା । ଯାହାଫଳରେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ପୁଅ ଏବଂ ଦିଅର । କିନ୍ତୁ କେହିବି ବଞ୍ଚିପାରିଲେନି । ଅକାରଣରେ ଚାଲିଗଲା ଗୋଟିଏ ପରିବାର  ତିନି ଜଣଙ୍କ ଜୀବନ ।

nis-ad
Leave A Reply

Your email address will not be published.