ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା

ଭୁବନେଶ୍ୱର ୦୫/୧୦: ସାରା ରାଜ୍ୟରେ ପ୍ରବଳ ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ତୁହାକୁ ତୁହା ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତେବେ ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଛି ।

ଆଜି ସକାଳ ୮.୩୦ ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଭଦ୍ରକ ସହରରେ ୯୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ପ୍ରବଳ ବର୍ଷାର ପରିସର ମଧ୍ୟରେ ଅନ୍ତର୍ଭୁକ୍ତ । ଆଜି ବି ମଧ୍ୟ ଅନେକ ସ୍ଥାନରେ ପ୍ରବଳ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

nis-ad
Leave A Reply

Your email address will not be published.