ଗୁଜୁରାଟ : ଗରବା ଉତ୍ସବ ଉପରକୁ ପଥର ମାଡ଼ ପରେ ସାଂପ୍ରଦାୟିକ ଉତ୍ତେଜନା

ନାଦିଆଦ୍ : ନବରାତ୍ରୀ ଉପଲକ୍ଷେ ସମଗ୍ର ଗୁଜୁରାଟ ଉତ୍ସବ ମୁଖର ଥିବାବେଳେ କେତେକ ଗୋଷ୍ଠୀ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ରାଜ୍ୟର ଖେଡ଼ା ସ୍ଥିତ ଉଣ୍ଢେଲା ଗ୍ରାମରେ ନବରାତ୍ରୀ ଉତ୍ସବ ପାଇଁ ଗରବା ନୃତ୍ୟ ଚାଲିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ମୁସଲିମ ଲୋକ ତାହା ଉପରେ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ । ଏହା ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ଏହା ଫଳରେ ସାଂପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି ।

ଏ ସଂପର୍କରେ୍ ସୂଚନା ଦେଇ ନାଦିଆଡ୍ ଜିଲ୍ଲାର ଏସପି ଭି.ଆର. ବାଜପେୟୀ କହିଛନ୍ତି ଯେ ଉତ୍ସବ ଚାଲିଥିବା ସମୟରେ ମୁସଲିମ ସଂପ୍ରଦାୟର ଲୋକମାନେ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏଥିରେ ସ୍ଥାନୀୟ ସରପଞ୍ଚଙ୍କ କାର ମଧ୍ୟ ନଷ୍ଟ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ମଧ୍ୟ ଏକ ମନ୍ଦିର ଭିତକୁ  ମଧ୍ୟ ପଥର ଫିଙ୍ଗିଥିଲେ ।

ସେ କହିଛନ୍ତି ଯେ ପାଖାପାଖି ୧୫୦-୨୦୦ ଲୋକ ଏହି ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇ ମାମଲା ରୁଜ୍ଜୁ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, “ଉକ୍ତ ମୁସଲିମ ଭୀଡ଼ ମଧ୍ୟରେ ମହିଳାଙ୍କ ସମେତ ୧୫୦-୨୦୦ ଲୋକ ଥିଲେ। ସରପଞ୍ଚ ୪୩ ଜଣଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପ୍ରାୟ ୧୦-୧୧ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି ।

nis-ad
Leave A Reply

Your email address will not be published.