ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ୦୨। ୧୦ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଶେଷରେ ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ରବିବାର ସକାଳୁ କଟକ ସ୍ଥିତ ଶାଶୂ ଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ଉଭୟ ବର୍ଷା-ଅନୁଭବ କାଉନସେଲିଂ ପାଇଁ ପରିବାର କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ଅନୁଭବଙ୍କ ପକ୍ଷରୁ ଆଉ ଆପୋଷ ବୁଝାମଣାର ଆବଶ୍ୟକ ନାହିଁ ବୋଲି କୋର୍ଟରେ ଜଣାଇଥିଲେ । ସେପଟେ ବର୍ଷାଙ୍କ ପକ୍ଷରୁ କୋର୍ଟକୁ କୁହାଯାଇଥିଲା କି, ମାନ୍ୟବର କୋର୍ଟ ଯାହା ବି ନିର୍ଦ୍ଦେଶ ଦେବେ , ତାକୁ ଆମେ ପାଳନ କରିବୁ ।

nis-ad
Leave A Reply

Your email address will not be published.