ପୀଠରେ ଆଜି ମହାଅଷ୍ଟମୀ ପୂଜା, ମଣ୍ଡପରେ ମହାସପ୍ତମୀ

ଜଗତସିଂହପୁର ୦୨।୧୦ : ରବିବାର ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହୋଉଛି ମହାଷ୍ଟମୀ ।

ତେବେ ଆଜି ମା’ ଶାରଳା ମହିଷାମର୍ଦ୍ଧିନୀ ବେଶରେ ସୁସଜ୍ଜିତ ହେବା ସହ ମା’ଙ୍କ ନିକଟରେ ମଧ୍ୟରାତ୍ରୀରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ ସହିତ ଓ ସନ୍ଧି ପୂଜା କରାଯିବ। ଆଜି ମା’ ଶାରଳାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିବାରେ ଲାଗିଛି । ବିଶେଷ କରି କୃଷକମାନେ ଆଜିର ଦିନରେ ମା’ଙ୍କ ପାଖରେ ନୂଆ ଚୁଡା ଲାଗି କରିବା ସହ ଚଳିତ ବର୍ଷ ଭଲ ଫସଲ ହେବା ପାଇଁ ପାର୍ଥନା କରି ଫେରିଥାନ୍ତି ।

nis-ad
Leave A Reply

Your email address will not be published.