ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି ପାଇଁ ଜିଲ୍ଲାପାଳଙ୍କ ବୈଠକ

ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨ହଜାର ୯୧୯ ଜଣ ହବିଷ୍ୟାଳି। ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ବୈଠକ। ବୈଠକରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ସେମାନଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ସ୍ଥିତ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ରଖାଯିବ । ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ,ବିଦ୍ୟୁତ୍‌ ଯୋଗାଣ, ଆଇନ ଶୃଙ୍ଖଳା ଓ ଦର୍ଶନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି।

nis-ad
Leave A Reply

Your email address will not be published.