ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରିଲା ସ୍ୱାମୀ

ରାୟଗଡା ୩୦/୦୯: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଚଣାପୁକେଲରେ ଅଭାବନୀୟ ଘଟଣା । ଗାଁର କୃଷ୍ଣ ମାଝି ନିଜ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । କୃଷ୍ଣ ମାଝିଙ୍କ ପ୍ରଥମ ସ୍ତ୍ରୀ ମରିଯାଇଥିବା ବେଳେ କୃଷ୍ଣ ମାଝି ପୁଣିଥରେ ଦ୍ୱିତୀୟ ବିବାହ କରିଥିଲା । ବିବାହର କିଛି ବର୍ଷ ପରେ ବି ହାକ ମାଝିଙ୍କର କୈାଣସି ସନ୍ତାନ ହୋଇନଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା ।

କୃଷ୍ଣ ସବୁ ସମୟରେ ମଦ୍ୟପାନ କରି ଘରେ ବିଶୃଙ୍ଖଳା କରୁଥିଲା । ଫଳରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ନିଜ ବାପା ଘରକୁ ଚାଲି ଯାଇଥିଲେ । ପରେ କୃଷ୍ଣ ସ୍ତ୍ରୀ ନିଜ ଗାଁର ଗୋଟିଏ ଛୋଟ ଛୁଆକୁ ନେଇ ପୋଷିଥିଲେ । କେବେ ହେଲେ ସ୍ତ୍ରୀ ଆସୁନଥିଲେ ନଥିଲେ କୃଷ୍ଣ ପାଖକୁ । କିନ୍ତୁ କୃଷ୍ଣ ଯିବା ଆସିବା କରୁଥିଲେ ।

ଗତ କାଲି ରାତିରେ କୃଷ୍ଣ ପ୍ରଚୁର ମଦ ପିଇ ଆସି ବିଳମ୍ୱିତ ରାତିରେ ନିଜେ ପୋଷିଥିବା ଝିଅ ମିନିମାଝିକୁ ଟାଙ୍ଗିଆରେ ମାରୁଥିବା ବେଳେ ସ୍ତ୍ରୀ ହାକ ମାଝି ପହଞ୍ଚି ଝିଅକୁ ଉଦ୍ଧାର କରିନେଇଥିଲେ । ଯାହାଫଳରେ କୃଷ୍ଣ ରାଗିଯାଇ ତାଙ୍କ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେହି ଗାଁର କିଛି ଲୋକ କୃଷ୍ଣକୁ ଧରି ବିଦ୍ୟୁତ୍ ପୋଲରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରି ଆଣିବା ସହ ମିନି ମାଝିକୁ ଟିକିରି ମେଡିକାଲରେ ଚିକିତ୍ସା ଭର୍ତ୍ତି କରିଛି । ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

nis-ad
Leave A Reply

Your email address will not be published.