ଅଡୁଆରେ ଓଲିଉଡ୍‌ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଜଣେ ଯୁବତୀ

ଭୁବନେଶ୍ୱର: ଅଡୁଆରେ ଓଲିଉଡ୍‌ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍‌ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ସୋସିଆଲ୍‌ ମିଡିଆରେ ଅଭିଯୋଗ କରିଥିଲେ ବି ଏନେଇ ପୋଲିସରେ ଏତଲା ଦେଇ ନାହାନ୍ତି ଯୁବତୀ । ସେହିପରି ଅଭିଯୋଗ ଉପରେ ଅକ୍ଷୟ ପରିଜାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲା ଆମ ଟିମ୍ । କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ସେ  ଥାନାରେ ଅଭିଯୋଗ କରି ନଥିବା ଜଣା ପଡିଛି । ଏପଟେ ନୟାପଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। କେହି ଜଣେ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରୁଛି ଏବଂ ତାଙ୍କୁ ଟଙ୍କା ମଗାଯାଉଥିବା ଏତଲା କପିରେ ଉଲେଖ କରିଛନ୍ତି ଅକ୍ଷୟ।

nis-ad
Leave A Reply

Your email address will not be published.