ବ୍ରହ୍ମପୁର –ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନରଙ୍କ ପ୍ରଥମ ଅଧକ୍ଷା, ବରିଷ୍ଟା ସାହିତ୍ୟକ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୋକ ପ୍ରକାଶ କରିଛି l ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯାଳୟ ଠାରେ ଅନୁଷ୍ଠିତ ଏହି ଶୋକ ସଭାରେ ବକ୍ତାମାନେ ଜୟନ୍ତୀ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ବିଷୟରେ ଆଲୋଚନା କରିବାସହ ଗଞ୍ଜାମର ସୁଯୋଗ୍ୟ ଝିଅ ବାସ୍ତବରେ ନାରୀ ସଶକ୍ତିକରଣର ଅଗ୍ରଦୂତ ଥିଲେ ବୋଲି କହିଥିଲେ l ଏହା ସହ ନିକଟରେ ଗଞ୍ଜାମ କଂଗ୍ରେସର ପୂର୍ବତନ ଉପ ସଭାପତି ତଥା ପୂର୍ଵ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶୋଭାରାଣୀ ପାତ୍ରଙ୍କ ବିୟୋଗ ରେ ମଧ୍ୟ ଶୋକ ପ୍ରକାଶ କାରାଯାଇଥିଲା l ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଥିବା ବେଳେ କରିଥିଲେ ଜନ ହିତକର କାମ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କ କୁ ବକ୍ତା ମାନେ ଆଲୋଚନା କରିଥିଲେ l
ଏହି ସଭାରେ ଗୋପାଳପୁର ର ପୁର୍ବତନ ବିଧାୟକ ଶ୍ରୀ ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ, ଏହାସହ ପିସିସି ସଭ୍ୟ ପୀତବାସ ପଣ୍ଡା, ବୃନ୍ଦାବନ ଖଟେଇ, ମହେଶ୍ୱର ପାତ୍ର,ପଦ୍ମ ସାହୁ, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ନିରଞ୍ଜନ ପାଣିଗ୍ରାହୀ ,S.ଦଣ୍ଡପାଣି ପାତ୍ର , W.ଵାଲା କ୍ରିଷ୍ଣା ,ସାକା ସୁଜିତ , ସିଧାନ୍ତ ସାହୁ ,ସୁବାସିନି ପଟ୍ଟନାୟକ , ଗୌରୀ ଦାସ ଶଙ୍କର ଅଧିକାର , ବୁସି ବାବୁ , ଗୀତାଞ୍ଜଳି ସାହୁ , ବନମାଳି ସାହୁ , ସୁଜ୍ଞାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.