ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ

କଟକ: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଓ ଯାଞ୍ଚ ବ୍ୟବସ୍ଥାକୁ ସରକାର କଡାକଡି କାର୍ଯ୍ୟକାରୀ କରିବା ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ। ଏଭଳି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ସରକାର ନିର୍ଦ୍ଧାରିତ କରି‍ଥିବା ସମୟସୀମାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଜବାବ ଦେବାକୁ କହିଛନ୍ତି। ଆବଶ୍ୟକୀୟ ଭିତ୍ତଭୂମି ବିନା ଏହାକୁ ଲାଗୁ କରିବା କେତେ ଦୂର ଠିକ୍, ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ଏହାର ଅନ୍ୟ କ’ଣ ବିକଳ୍ପ ରହିଛି, ସେ ନେଇ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି ହାଇକୋର୍ଟ। ସରକାରୀ ଓକିଲଙ୍କୁ ଏ ବାବଦରେ ତଥ୍ୟ ଦେବାକୁ ହାଇକୋର୍ଟ କହିଛନ୍ତି।

ଏଥିସହ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଡେଡ୍ ଲାଇନକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନଥିବା କାରଣରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। ତେବେ ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୩୦ ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ଦାୟର ଦୁଇଟି ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ।

nis-ad
Leave A Reply

Your email address will not be published.