କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ଅଶାନ୍ତ ରାଜଧାନୀ । ଫୁଟିଲା ବୋମା। ଗତକାଲି ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି।

ଗୋଟେ କି ୨ଟା ନୁହେଁ, ବାର୍‌ ଉପରକୁ ଏକାବେଳେ ୪ଟି ବୋମାମାଡ଼ କରିଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଏ ସଂପର୍କରେ ବାର୍‌ ମାଲିକ ସତ୍ୟ ମହାନ୍ତି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ବାର୍ ମାଲିକଙ୍କ ସୂଚନା ମୁତାବକ, ରାତି ପ୍ରାୟ ୧୧ଟାରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବାର୍ ସାମ୍ନାରେ ଛିଡ଼ା ହୋଇଥିଲେ। ୫ ମିନିଟ୍ ପରେ ସେମାନେ ଅତର୍କିତ ଭାବେ ବାର୍‌ ଉପରକୁ ବୋମାମାଡ଼ କରିଥିଲେ। ବାର୍ ମାଲିକଙ୍କ କହିବା କଥା, ପୂର୍ବରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିଲା।  ସେହି କାରଣରୁ ତାଙ୍କ ବାର୍‌ ଉପରକୁ ବୋମାମାଡ଼ ହୋଇଥାଏ ପାରେ ବୋଲି ସେ ସନ୍ଦେହ କରୁଛନ୍ତି।

nis-ad
Leave A Reply

Your email address will not be published.