ଚତୁର୍ଥ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ – ସତ୍ୟ,ଶାନ୍ତି ଓ ଅହିଂସାର ବାର୍ତ୍ତା ସାରା ରାଜ୍ୟରେ ପ୍ରଚାର କରୁଛି


ଛତ୍ରପୁର ତା.୨୬.୦୯.୨୦୨୨ ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ଅହିଂସାର ବାର୍ତ୍ତା ବହନ କରି ଚତୁର୍ଥ ଦିବସରେ ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ବ୍ଲକ୍ ଅଧ୍ୟକ୍ଷ ଜୟଶ୍ରୀ ସାହୁ, ଉପଧ୍ୟକ୍ଷ ରଞ୍ଜିତ୍ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡା, ତହସିଲଦାର ମନୋଜ କୁମାର ତ୍ରିପାଠୀ, ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ନିର୍ବାଚିତ ଜନ ପ୍ରତିନିଧି ଅହିଂସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଭାରତ ଲୀଳା, ବାଘ ନାଚ, ସଂକୀର୍ତ୍ତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବୁଗୁଡା ଠାରେ ୭୦୦ମି. ଦୀର୍ଘ ଜାତୀୟ ପତାକା ଧରି ବିଶାଳ ଶୋଭାଯାତ୍ରା ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ କେ. ନୀଳମାଧବ ଆଚାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସମାଜ ସେବୀ ବସନ୍ତ ଦଳେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଜନ ପ୍ରତିନିଧି, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେପରେ ଅହିଂସା ରଥ ପୋଲସରା ବ୍ଲକ୍ ଅଭିମୁଖେ ଯାତ୍ରା କରିଥିଲା । ଯୋଡି ଶଙ୍ଖ, ବାଘ ନାଚ ପଶୁନୃତ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ ମୁକ୍ତି ପଥର ଯାତ୍ରୀ – ଅହିଂସା ସାରଥୀ ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ରଥଟି ପୁରୁଷୋତ୍ତମପୁର ବ୍ଲକ୍ ରେ ପହଞ୍ଚିବା ପରେ ମାନ୍ୟବର ବିଧାୟିକା ଲତିକା ପ୍ରଧାନ, କବିସୂର୍ଯ୍ୟନଗର, ମାନ୍ୟବର ବିଧାୟିକା ଖଲ୍ଲିକୋଟ ସୂର୍ଯ୍ୟମଣୀ ବୈଦ୍ୟ, ସ୍ଥାନୀୟ ଜନ ପ୍ରତିନିଧି, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରଣପା ନାଚ, ଶାଶ୍ବତୀ ପ୍ରଗତିଶୀଳ ନାଟ୍ୟ ସଂସ୍ଥା ତରଫରୁ ଏକ ନାଟକ ପରିବେଷଣ କରାଯାଇଥିଲା । କେରାଣ୍ଡିତୋଳା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମାନ୍ୟବର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ତହସିଲଦାର ପ୍ରକାଶ କୁମାର ମିଶ୍ର ଛତ୍ରପୁର ବ୍ଲକ୍ ଜନ ପ୍ରତିନିଧି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଗଣ ଓ ଜନ ସାଧାରଣ ବିପୁଳ ଉତ୍ସାହର ସହ ଅହିଂସା ରଥକୁ ସ୍ବାଗତ କରିଥିଲେ । ନରେନ୍ଦ୍ରପୁର ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛତ୍ରପୁର ଠାରେ ବିରାଟ ପଟୁଆରରେ ଅହିଂସା ରଥକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍.ରାଜେଶ୍ବରୀ ଦୋରା, ଜନ ପ୍ରତିନିଧି, ସ୍ବେଚ୍ଚାସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଅନସ୍ଳୋ ହାଇସ୍କୁଲ ପଡିଆ ଠାରେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । “ଗଞ୍ଜାମର ସ୍ବାଧୀନତା ସଂଗ୍ରାମୀ” ନାମରେ ଏକ ସ୍ମରଣୀକା ଜିଲ୍ଲାପାଳ ଶ୍ରୀ ପରିଡାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ “ଅହିଂସା ସାରଥୀ – ମୁକ୍ତି ପଥର ଯାତ୍ରୀ” ନାଟକ ମଞ୍ଚସ୍ଥ ହୋଇଥଲା ଏବଂ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଜିଲ୍ଲାରେ ଅହିଂସା ରଥ ଦୁଇଟିକୁ ବିପୁଳ ସମ୍ବର୍ଦ୍ଧନା ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ବାଧୀନତା ସଂଗ୍ରାମୀ ଉତ୍ତର ଦାୟାଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ, ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ଏଣ୍ଡ ଗାଇଡ୍, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂସ୍କୃତି ବିଭାଗର କଳାକାର ମାନଙ୍କୁ ନେଇ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

nis-ad
Leave A Reply

Your email address will not be published.