ପଶୁ ଚିକିତ୍ସା ନାଁରେ ହରିଲୁଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସାନୁଷ୍ଠାନରେ ଚିକିତ୍ସାଗତ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସରକାରୀ ଯୋଗାଣ ଔଷଧର ବାଟମାରଣା ଓ ହରିଲୁଟ ବିରୁଦ୍ଧରେ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସହରର କିଛି ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଦାବିପତ୍ର ପ୍ରଦାନ କରିଛନ୍ତି l ପ୍ରକାଶ ଯୋଗ୍ୟ ଯେ, ଯେକୌଣସି ସ୍ଥାନରେ ବୁଲା ଷଣ୍ଢ,ଗାଈ,କୁକୁର, ମାଙ୍କଡ଼, ବିଲେଇ, ଏମିତି ଅନେକ ପଶୁ, ପକ୍ଷୀଙ୍କ ଚିକିତ୍ସା ପାଇଁ ଅନେକ କର୍ମଚାରୀ ଥିଲେ ବି ବ୍ରହ୍ମପୁର ଭଳି ସହରରେ ଏହାର ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ୧୯୬୨କୁ ଫୋନ କଲେ ଦୀର୍ଘ ଘଣ୍ଟା ପରେ ପହଂଚିବା,ରାତ୍ରି କାଳିନ ଚିକିତ୍ସା ସେବା ସମ୍ପୂର୍ଣ ଭାବେ ବନ୍ଦ ଥିବା ,ସହରରେ ପୁରୁଣା ବ୍ରହ୍ମପୁର,ଲlଞ୍ଜିପଲ୍ଲୀ,ଖୋଡାସିଙ୍ଗି ,ଆଙ୍କୁଲି, ଆସିକା ରୋଡ଼ ଆଦି ଭିନ୍ନ ଭିନ୍ନ ଅଂଚଳ ପାଇଁ ୫ଜଣ L.I ଥିବାବେଳେ ସେମାନେ ବଡ଼ ବଡ଼ ଲୋକ ମାନଙ୍କ ଗୃହ ପାଳିତ ପଶୁପକ୍ଷୀ ମାନଙ୍କ ଚିକିତ୍ସା କରି ମେଡିକାଲକୁ ଆସୁଥିବା ଔଷଧ ଗୁଡିକୁ ବିକ୍ରି କରି ପକେଟ୍ ଖର୍ଚ କାଡିବା ଭଳି ସଂଗୀନ ଅଭିଯୋଗ ଦୀର୍ଘ ଦିନରୁ ରହିଛି l ହସ୍ପିଟାଲ ରେ ଦୁଇ ଜଣ LI ସଦାବେଳେ ରହିବା ନିୟମ ଥିବାବେଳେ ସେମାନେ ପଶୁ ଚିକିତ୍ସା କରିବା ବଦଳରେ, ଅଫିସର ମାନଙ୍କ ସେବା କରୁଥିବା ଜଣାପଡିଛି l ଦୀର୍ଘ ଦିନରୂ ଦାବି ସତ୍ୱେ ମୁଖ୍ୟ ଚିକିତ୍ସାଳୟରେ ପୁଲର,ଷ୍ଟାଣ୍ଡ ଏବଂ ଦୁଇଟି ଆମ୍ବୁଲାନ୍ସ ର ନିହାତି ଆବଶ୍ୟକତାକୁ ପୂରଣ କରାଯାଇନାହିଁ l ହସ୍ପିଟାଲ କୁ ଯୋଗାଣ ଔଷଧ,ସାଲାଇନ ଆଦିର ହିସାବ କିତାବ ରଖାଯାଇ ସରକାରୀ ଔଷଧ ବାହାରେ ବିକ୍ରି କୁ ବନ୍ଦ କରାନଗଲେ ପ୍ରାଣୀ ଚିକିତ୍ସାଧିକାରୀ ଙ୍କୁ ଘେରାଉ କରାଯିବ ବୋଲି ବିଶିଷ୍ଟ ସମାଜସେବୀ ମନୋଜ ତରାଇ ଚେତାବନୀ ଦେଇଛନ୍ତି l ଏପ୍ରକାର ଚିକିତ୍ସାଗତ ଅବହେଳା ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଔଷଧର କଳାବଜାରୀ କୁ ତୁରନ୍ତ ବନ୍ଦ କରିବାକୁ ଦାବି ହୋଇଛି l ସମାଜସେବୀ ଏସ. କେଶବ ଲିଙ୍ଗମ, ଗଗନ ଚନ୍ଦ୍ର ମଲ୍ଲିକ, ଆଦିତ୍ୟ ରଥ, ଜି. ଲlଛେୟl ରେଡ୍ଡୀ, ସଦାନନ୍ଦ ସାହୁ, ରମେଶ ଚନ୍ଦ୍ର ବେହେରା, ହୃଷିକେଶ ପାତ୍ର, ଅମିତ ରୋଶନ ସାହୁ, ସ୍ମୃତି ରଞ୍ଜନ ତରାଇ, ଅବନୀ ଗୟା ପ୍ରମୁଖ ନିରୀହ ପ୍ରାଣୀ ମାନଙ୍କୁ ଏ ପ୍ରକାର ଚିକିତ୍ସାଗତ ଅବହେଳାକୁ ଦୃଢ଼ ନିନ୍ଦା କରିଛନ୍ତି l

nis-ad
Leave A Reply

Your email address will not be published.