‘ବାରଙ୍ଗ ୧୯୯୯’ ଫିଲ୍ମକୁ ନେଇ ଅଞ୍ଜନା ମିଶ୍ର କହିଲେ- ମୁଁ ଚାହେଁନା ମୋ କାହାଣୀ ପରଦାକୁ ଆସୁ

ଭୁବନେଶ୍ୱର ୨୬।୦୯ : ମୋ ବିନା ଅନୁମତିରେ ଫିଲ୍ମ ନିର୍ମାଣ ଚାଲିଛି । ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ନହେଲେ ମୁଁ କୋର୍ଟର ଆଶ୍ରୟ ନେବି । ଓଟିଟି ପ୍ଲାଟଫର୍ମରେ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣକୁ ନେଇ ମୁଁ ଖୋଲିଛନ୍ତି ନିଜେ ଅଞ୍ଜନା ମିଶ୍ର ।

ସେ କହିଛନ୍ତି ଯେ, ମୋ ଜୀବନ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ସିନେମା ହେବା ଖବର କାଗଜରୁ ପଢ଼ିଲି। କଞ୍ଚାଲଙ୍କା ଏହାକୁ ନିର୍ମାଣ କରୁଛି। ଏପରି କରିବା ଆଦୌ ଉଚିତ ନୁହେଁ ।ମୋ ସହିତ ଫିଲ୍ମ ସଂପର୍କରେ କୌଣସି ବ୍ୟକ୍ତି ଆଲୋଚନା କରିନାହାନ୍ତି । ମୁଁ ଏ ବିଷୟରେ କିଛି ବି ଜାଣିନି । ଯେଉଁ ମାନେ କରୁଛନ୍ତି ତାକୁ ବନ୍ଦ କରିବାକୁ ମୁଁ ମିଡ଼ିଆ ମାଧ୍ୟମରେ ସତର୍କ କରାଉଛି । ନହେଲେ ମୁଁ ଆଇନର ଆଶ୍ରୟ ନେବି ।

ତେବେ ଯଦି ନାଁ ବଦଳେଇ  ଫିଲ୍ମ ନିର୍ମାଣ କରିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୋ ଲାଇଫ ଷ୍ଟାଇଲେ ସହ ଯଦି କିଛି ରହିବା ମୁଁ ଜାଣେ । ତାହେଲେ ମୁଁ ଆଇନର ଆଶ୍ରୟ ନେବି। ମୁଁ ଚାହୁଁନି ମୋ ଜୀବନ କାହାଣୀ କି ସେ ଘଟଣାକୁ ନେଇ କିଛି ବି ହେଉ ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଓଡିଶାର ଏକ ଦୈନିକ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇଥିଲା । ଖବରର ଶୀର୍ଷକ ଥିଲା ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ‘ବାରଙ୍ଗ ୧୯୯୯ ’ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର ।

nis-ad
Leave A Reply

Your email address will not be published.