ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ ନଟାନାଳୀକୁ ଯାଇଥିଲେ ।

ସେଠାରେ ଦମ୍ପତି ଦନ୍ତା ହାବୁଡ଼ରେ ପଡ଼ିଥିଲେ । ସ୍ୱାମୀ, ସ୍ତ୍ରୀ ଦନ୍ତା ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ । ବନ ବିଭାଗ ଉଭୟଙ୍କୁ ମହାବିରୋଡ଼ ମେଡିକାଲରେ ଭର୍ତ୍ତି କରିଥିଲା । ପରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁଣ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ତାରାଙ୍କ ଚିକିତ୍ସା କରାଯାଉଛି ।

nis-ad
Leave A Reply

Your email address will not be published.