ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ସ୍ଥାନୀୟ ସକଲେଶ୍ୱର ମନ୍ଦିର ପରିସର ମଧ୍ୟରେ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଚନା ଥାଉକି ଓଡିଶାର ବିଶିଷ୍ଟ କଳାକାର, ଗୀତିକାର ଓ ହାସ୍ୟ ଅଭିନେତା ତାନସେନ ସିଂ ଓ ରଞ୍ଜନ ସାମଲ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ଓ ସ୍ଥାନୀୟ କଳାକାର ମାନେ ମଧ୍ୟ ଯୋଗ ଦେବାକୁ ସ୍ଵୀକୃତି ପ୍ରଦାନ କରିଛ ନ୍ତି ଏଥିର ସୁ ପରିଚାଳନା ପାଇଁ ଉପସ୍ଥିତ ଥିବା ବିଭିନ୍ନ ସଦସ୍ୟ ମାନଙ୍କୁ ବିବିଧ ଦାୟିତ୍ୱ ନ୍ୟସ୍ତ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ଯୋଗାଯୋଗ, ଗଣମାଧ୍ୟମ, ପ୍ରସଂଶା ପତ୍ର ଆଦି ପାଇଁ ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବେନେର, ଲିଫ ଲେଟ ଫୋଟ, ଭିଡ଼ିଓ ଆଦି ପାଇଁ ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ, ଅତିଥି ଙ୍କ ସକାଶେ ବିଶିଷ୍ଠ ସମାଜ ସେବୀ ବନମାଳୀ ସେଠୀ, ଅଶୋକ ପାତ୍ର, ବଦ୍ରିନାରାୟଣ ପାତ୍ର, ବିଜୟ ଭାସ୍କର ବାଙ୍ଗାରି, ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ପଦ୍ମଚରଣ ନାୟକ, ମଞ୍ଚ ସଜ୍ଜା ନିମନ୍ତେ ସୁବାସିନୀ ପଟନାୟକ, ଲକ୍ଷ୍ମୀ ମଞ୍ଜରୀ ଦେବୀ, ରାଜୀବ ରତନ, ଅନୁରାଧା ସାହୁ,ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବିଜୟ ଭାସ୍କର ବାଙ୍ଗାରୀ ଓ ଅନ୍ୟ, ଭୋଜନ ପରିବେଷଣ ଓ ପ୍ରସ୍ତୁତି ସକାଶେ ଚିତ୍ତରଞ୍ଜନ ସାମଲ, ରମେଶ ବାଂଗାରି, ଯତନ ଘଡେଇ, କେଶବ ନାୟକ, ବିଜୟ ଗୌଡ଼ ପ୍ରମୁଖ, ହିସାବ ପାଇଁ ସୁବାସିନି ପଟନାୟକ, ଅର୍ଥ କମିଟି ସମ୍ପାଦକ ଙ୍କ ସହ ପାଞ୍ଚଜଣ, ପ୍ରତିଯୋଗିତାର ପୃଷ୍ଠପୋଷକତା ରେ ବିଜୟ ଭାସ୍କର ବା ଙ୍ଗାରି,ସୂର୍ଯ୍ୟ ପାତ୍ର ଓ ଅନ୍ୟ ମାନଙ୍କୁ ନେଇ ସମ୍ପାଦକ ଶୃଙ୍ଖଳା ର ସହ ପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରାଗଲା । ଏ ହା ସହ କାର୍ଯ୍ୟକ୍ରମ ଯେପରି ରୁପେ ଶୃଙ୍ଖଳିତ ଭାବେ ସମାହିତ ହେବ ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା ଏହି କାର୍ଯ୍ୟ କ୍ରମରେ ନରସିଂହ ଡାକୁଆ, ସୂ ଦୀପ ସାହୁ, ବିଜୟଗୌଡ ପ୍ରମୁଖ ଯୋଗଦାନ କରିଥିଲେ ।

nis-ad
Leave A Reply

Your email address will not be published.